ଜିଓ ୩୯୯ଟଙ୍କା ରିଚାର୍ଜ ଏବେ ହେବ ଫ୍ରିରେ : କ୍ଲିକ୍ କରି ଜାଣନ୍ତୁ

Published By : Prameya-News7 Bureau | January 02, 2019 IST

ନୂଆଦିଲ୍ଲୀ ୨/୧: ନୂଆବର୍ଷ ଅବସରରେ ଜିଓ ନିଜର ସମସ୍ତ ଗ୍ରାହକଙ୍କୁ ୧୦୦ପ୍ରତିଶତ କ୍ୟସବାକ୍ ଦେବାକୁ ଘୋଷଣା କରିଛି ଯେଉଁଥିରେ ସମସ୍ତ ଗ୍ରାହକଙ୍କୁ ୩୯୯ଟଙ୍କା ରିଚାର୍ଜ ପ୍ଲାନରେ AJIOର ଡିସକାଉଣ୍ଟ ଭାଉଚର ଦିଆଯାଉଛି। ଜିଓର ନୂଆ ବର୍ଷର ଅଫର ‘ହାପି ନ୍ୟୁ ଇୟର’ ଭାବେ ଜାରି କରାଯାଇଛି। ଏହି ଅଫରକୁ ଡିସେମ୍ବର ୨୮ତାରିଖରୁ ଗ୍ରାହକଙ୍କ ନିମନ୍ତେ ଜାରି କରାଯାଇଛି।

ଯେବେଠାରୁ ରିଲାଏନ୍ସ ଜିଓ ଟେଲିକମ୍ ଇଣ୍ଡଷ୍ଟ୍ରିରେ ପାଦ ରଖିଛି ସେବେଠାରୁ ରିଲାଏନ୍ସ ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ଆଣିବାରେ ଲାଗିଛି। ଜିଓ ସବୁ ପୂଜା ପାର୍ବଣରେ ଏବଂ ପ୍ରତ୍ୟେକ ଖାସ୍ ଅବସରରେ ନିଜ ଗ୍ରାହକଙ୍କ ପାଇଁ ଖାସ୍ ପ୍ଲାନ୍,ଖାସ୍ ରିଚାର୍ଜ,ମୁକ୍ତ ଇଣ୍ଟରନେଟ ଡାଟା,କ୍ୟାସବାକ୍ ଅଫର ଏବଂ ଡିସକାଉଣ୍ଟ ଭାଉଚର ଭଳି ସୁବିଧା ପ୍ରଦାନ କରିଥାଏ।

wp:gallery {"ids":[69657]} /wp:gallery

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଫ୍ରି ରିଚାର୍ଜ କିପରି କରାଯାଇପାରିବ। ଆପଣ ଯେତେବେଳେ ୩୯୯ଟଙ୍କାର ରିଚାର୍ଜ କରିବେ ସେତେବେଳେ ଆପଣଙ୍କୁ ୩୯୯ଟଙ୍କାର AJIO ଡିସକାଉଣ୍ଟ କୁପନ ମିଳିବ। ଏଥିପାଇଁ ଆପଣ ୧୦୦୦ଟଙ୍କାର ସପିଙ୍ଗ୍ କଲେ ଆପଣଙ୍କୁ ୩୯୯ଟଙ୍କାର କୁପନରୁ ଡିସକାଉଣ୍ଟ ମିଳିବ। ଏହା ଅର୍ଥ ଆପଣଙ୍କୁ ସିଧାସଳଖ ୩୯୯ଟଙ୍କାର ଲାଭ କୁପନ ଆକାରରେ ଦିଆଯିବ।

ରିଲାଏନ୍ସ ଦ୍ବାରା ଏହି ରିଚାର୍ଜ ପ୍ଲାନ୍ ର ବୈଧତା କେବଳ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ରହିବ। ଏହି କୁପନକୁ ଆପଣ ନିଜ ମାଇ ଜିଓ ଆପ୍ ଆପ୍ଲିକେସନରେ ପାଇ ପାରିବେ। ବପଣଙ୍କୁ ସପିଙ୍ଗ୍ ସମୟରେ ସିଧା ୩୯୯ଟଙ୍କାର ଡିସକାଉଣ୍ଟ ମିଳିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.