Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଏୟାରଟେଲ୍‌ ଓ ଭୋଡାଫୋନ୍‌କୁ ଟକ୍କର ଦେବାପାଇଁ ଜିଓ ଲଞ୍ଚ କଲା ୯୮ ଓ ୧୪୯ ଟଙ୍କିଆ ପ୍ଲାନ୍‌

9/12/2019 at 4:11 PM

ନୂଆଦିଲ୍ଲୀ – ଅଧିକାଂଶ ମୋବାଇଲ୍‌ ସେବା ପ୍ରଦାନକାରୀ ନିଜର ଟାରିଫ୍‌ ମୂଲ୍ୟ ବା ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି । ଜିଓ ବି ନିଜ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କରିଥିଲା । ଏହାପରେ ଏୟାରଟେଲ୍‌ ଓ ଭୋଡାଫୋନ୍‌ ମୋବାଇଲ୍‌ ଉପଭୋକ୍ତାଙ୍କୁ ଆକୃଷ୍ଚ କରିବା ପାଇଁ ଲୋଭନୀୟ ରିଚାର୍ଜ ପ୍ଲାନ ଘୋଷଣା କରିଛି ।

ଏବେ ଭୋଡାଫୋନ୍‌ ଓ ଏୟାରଟେଲ୍‌କୁ ଟକ୍କର ଦେବା ପାଇଁ ଜିଓ ୧୪୯ ଓ ୯୮ ଟଙ୍କିଆ ପ୍ଲାନ ଘୋଷଣା କରିଛି । ପୂର୍ବରୁ ଜିଓର ଉପଭୋକ୍ତାମାନେ ଏହି ପ୍ଲାନ ବ୍ୟବହାର କରୁଥିଲେ।

ଏହି ପ୍ଲାନରେ ଡାଟା ସମେତ କଲ୍‌ ଓ ଏସ୍‌ଏମ୍‌ଏସ୍‌ ସୁବିଧା ମିଳୁଛି ।

ରିଲାଏନସ୍‌ ଜିଓର ୧୪୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନରେ ଉପଭୋକ୍ତାଙ୍କ ପ୍ରତିଦିନ ଏକ ଜିବି ଡାଟା ସହ ୧୦୦ ଏସ୍‌ଏମ୍‌ଏସ୍‌ ଫ୍ରି ଜିଓ ରୁ ଜିଓ କଲ୍‌ ଓ ୩୦୦ ମିନିଟ୍‌ ଏଫ୍‌ୟୁପି ମିଳିବ । ଏହାର ବୈଧତା ୨୪ ଦିନ

ଏୟାରଟେଲ୍‌ର ୧୪୮ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ସହ ୩୦୦ ଏସ୍‌ଏମ୍‌ଏସ୍‌ ଓ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ଦିଆଯାଉଛି । ଭୋଡାଫୋନ୍‌ ଆଇଡିଆର ୧୪୯ ଟଙ୍କିଆ ପ୍ଲାନରେ ସମାନ ସୁବିଧା ମିଳୁଛି ।

ଜିଓର ୯୮ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ଦିଆଯାଉଛି ।ଏଥଇରେ ଜିଓରୁ ଜିଓକୁ ମାଗଣା କଲିଂ ସହ ୩ଶହ ଏସ୍‌ଏମ୍‌ଏସ୍‌ ବି ଦିଆଯାଉଛି ।

   Related Posts