ଏୟାରଟେଲ୍‌ ଓ ଭୋଡାଫୋନ୍‌କୁ ଟକ୍କର ଦେବାପାଇଁ ଜିଓ ଲଞ୍ଚ କଲା ୯୮ ଓ ୧୪୯ ଟଙ୍କିଆ ପ୍ଲାନ୍‌

Published By : Prameya-News7 Bureau | December 09, 2019 IST

ନୂଆଦିଲ୍ଲୀ - ଅଧିକାଂଶ ମୋବାଇଲ୍‌ ସେବା ପ୍ରଦାନକାରୀ ନିଜର ଟାରିଫ୍‌ ମୂଲ୍ୟ ବା ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି । ଜିଓ ବି ନିଜ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କରିଥିଲା । ଏହାପରେ ଏୟାରଟେଲ୍‌ ଓ ଭୋଡାଫୋନ୍‌ ମୋବାଇଲ୍‌ ଉପଭୋକ୍ତାଙ୍କୁ ଆକୃଷ୍ଚ କରିବା ପାଇଁ ଲୋଭନୀୟ ରିଚାର୍ଜ ପ୍ଲାନ ଘୋଷଣା କରିଛି ।

ଏବେ ଭୋଡାଫୋନ୍‌ ଓ ଏୟାରଟେଲ୍‌କୁ ଟକ୍କର ଦେବା ପାଇଁ ଜିଓ ୧୪୯ ଓ ୯୮ ଟଙ୍କିଆ ପ୍ଲାନ ଘୋଷଣା କରିଛି । ପୂର୍ବରୁ ଜିଓର ଉପଭୋକ୍ତାମାନେ ଏହି ପ୍ଲାନ ବ୍ୟବହାର କରୁଥିଲେ।

{"id":195672,"width":581,"height":443,"sizeSlug":"large"}

ଏହି ପ୍ଲାନରେ ଡାଟା ସମେତ କଲ୍‌ ଓ ଏସ୍‌ଏମ୍‌ଏସ୍‌ ସୁବିଧା ମିଳୁଛି ।

ରିଲାଏନସ୍‌ ଜିଓର ୧୪୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନରେ ଉପଭୋକ୍ତାଙ୍କ ପ୍ରତିଦିନ ଏକ ଜିବି ଡାଟା ସହ ୧୦୦ ଏସ୍‌ଏମ୍‌ଏସ୍‌ ଫ୍ରି ଜିଓ ରୁ ଜିଓ କଲ୍‌ ଓ ୩୦୦ ମିନିଟ୍‌ ଏଫ୍‌ୟୁପି ମିଳିବ । ଏହାର ବୈଧତା ୨୪ ଦିନ

ଏୟାରଟେଲ୍‌ର ୧୪୮ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ସହ ୩୦୦ ଏସ୍‌ଏମ୍‌ଏସ୍‌ ଓ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ଦିଆଯାଉଛି । ଭୋଡାଫୋନ୍‌ ଆଇଡିଆର ୧୪୯ ଟଙ୍କିଆ ପ୍ଲାନରେ ସମାନ ସୁବିଧା ମିଳୁଛି ।

ଜିଓର ୯୮ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ଦିଆଯାଉଛି ।ଏଥଇରେ ଜିଓରୁ ଜିଓକୁ ମାଗଣା କଲିଂ ସହ ୩ଶହ ଏସ୍‌ଏମ୍‌ଏସ୍‌ ବି ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.