Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଚୀନ୍ ଜଳରାଶିରେ ଫଶି ରହିଥିବା ଭାରତୀୟ ନାବିକଙ୍କ ଉଦ୍ଧାର ଲାଗି ହାତ ବଢାଇଲେ ଜିନ୍ଦଲ, କହିଲେ କୋଇଲା କିଣିବାକୁ ପ୍ରସ୍ତୁତ

8/01/2021 at 5:22 PM

ନୂଆଦିଲ୍ଲୀ ୮।୧: ଯଦି ଆମ ନାବିକମାନଙ୍କୁ ଘରକୁ ଫେରାଇ ଆଣିବାରେ ସହାୟକ ହୁଏ ତବେ ଜାହାଜରେ ଲଦା କୋଇଲା କିଣିବାକୁ ଆମେ ପ୍ରସ୍ତୁତ। ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଚେୟାରମ୍ୟାନ୍‌ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନବୀନ ଜିନ୍ଦଲ ଶୁକ୍ରବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏହା ଉଲ୍ଲେଖ କରିଛନ୍ତି।

ଚୀନ୍‌ ଜଳ ରାଶିରେ ଦୀର୍ଘ ମାସ ହେଲା ଛିଡା ହୋଇ ରହିଥିବା ଜାହାଜରେ ଭାରତୀୟ ନାବିକମାନେ  ଫଶି ରହିଛନ୍ତି। ଏଥିରେ ଚୀନ୍‌ ସରକାର ନା ଜାହଜଙ୍କୁ  ବନ୍ଦର ପ୍ରବେଶ ଅନୁମତି ଦେଉନଥିବା ବେଳେ ଏଥିରେ ଥିବା  କର୍ମଚାରୀଙ୍କୁ ଜାହାଜ ଛାଡି ଯିବାକୁ ଦେଉ ନାହାନ୍ତି। ଏଣୁ କର୍ମଚାରୀ ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। 

ଏ ବାବଦରେ ଭାରତ ସରକାରଙ୍କ ପକ୍ଷରୁ ଚୀନକୁ ବାରମ୍ବାର ନିବେଦନ କରାଯାଉଥିଲେ ମଧ୍ୟ ସରକାର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଉଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନି। ଏଣୁ ପୂର୍ବତନ କଂଗ୍ରେସ ନେତା ନବୀନ ଜିନ୍ଦଲ ଏହାକୁ ଗୁରୁତର ମାନବୀୟ ସଂକଟ ବୋଲି ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ଓ   ନାବିକଙ୍କ ଉଦ୍ଧାର ଲାଗି ଏଥିରେ ଲଦା କୋଇଲା କିଣିବାକୁ ସେ ପ୍ରସ୍ତୁତ ବୋଲି ଉଲ୍ଲେଖ କରିଛନ୍ତି।

ଜାହଜରେ ନାବିକଙ୍କ ପରିସ୍ଥିତି ନେଇ ‘ଦି ମେରିଟାଇମ ଏକଜ୍ୟୁକୁଟିଭ’ରେ ପ୍ରକାଶିତ ରିପୋର୍ଟ ଆଧାରରେ ନବୀନ ତାଙ୍କ ସହାୟତାର ହାତ ପ୍ରସାରିଛନ୍ତି। ଯେଉଁଥିରେ ଜଣେ ନାବିକଙ୍କ ପରିବାର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବାରୁ ସେ ଘରକୁ ଫେରି ପରିବାରର ସହାୟତା ନିମନ୍ତେ ନିବେଦନ କରିଥିଲେ। ହେଲେ ତାଙ୍କ ନିବେଦନ ଅଗ୍ରାହ୍ୟ ହୋଇଯିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।

ଜାହାଜରେ ୩୯ ଜଣ ଭାରତୀୟ ନାଗରିକ ଫଶି ରହିଛନ୍ତି। ଯେଉଁମାନେ ନା ଜାହାଜକୁ ବନ୍ଦରକୁ ନେଇ ପାରୁଛନ୍ତି ନା ନିଜେ ଘରକୁ ଫେରି ପାରୁଛନ୍ତି। ଚୀନ୍‌ ଲାଗି ଅଷ୍ଟ୍ରେଲିଆରୁ କୋଇଲା ପରିବହନ କରୁଥିବା ଭାରତର ଗ୍ରେଟ୍ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ଦୁଇ ଜାହାଜ  ଆନାଷ୍ଟାସିଆ (ଆଇଏମଓ-୯୬୨୫୯୭୦) ଓ ଜଗଆନନ୍ଦ କୋଇଲା ବୋଝେଇ ନେଇ ଚୀନ୍‌ ଜଳରାଶିରେ ପ୍ରବେଶ କରିଥିଲେ। ତେବେ ଅଷ୍ଟ୍ରେଲିଆ ସହ ବ୍ୟବସାୟୀକ ଯୁଦ୍ଧରେ ଦୁଇ ଜାହାଜ, ଏଥିରେ ଥିବା ପଣ୍ୟ ଓ ନାବିକ ଏବେ ଫଶିଯାଇଛନ୍ତି। 

ତେବେ ଅଷ୍ଟ୍ରେଲିଆରୁ କୋଇଲା ବୋଝଇ ନେଇ ଯାଇଥିବା ଅନ୍ୟ ଦେଶର ଜାହାଜମାନେ ଅନେକ ସମୟରୁ ଅପଲୋଡ କରି ଫେରିସାରିଥିବା ବେଳେ ୨ ଭାରତୀୟ ଜାହାଜଙ୍କୁ ଚୀନ୍‌ ସରକାର ଜଳବନ୍ଦୀ କରିଥିବା ଭଳି ମନେ ହେଉଛି।  ଏଣୁ ଜିନ୍ଦଲ ଦୁଇ ଜାହାଜରେ ବୋଝେଇ କୋଇଲା କିଣି ନେବା ସର୍ତ୍ତରେ ଭାରତ ଫେରାଇ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି।  

   Related Posts