Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ରକ୍ତରେ ଚିଠି ଲେଖିଲେ ଚାଷୀ: ନୂଆ କୃଷି ଆଇନ ରଦ୍ଦ କରି ଏମ୍‌ଏସ୍‌ପି ଲାଗୁ କରିବାକୁ ଦାବି

27/02/2021 at 12:08 PM

ଜିନ୍ଦ ୨୭/୦୨ : ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଅନେକ ଦିନ ହେଲା କୃଷକ ଆନ୍ଦୋଳନ କରୁଛନ୍ତି। ସରକାରଙ୍କୁ ମନେଇବାକୁ ସବୁ ପ୍ରକାର ଉପାୟ ମଧ୍ୟ ଖୋଜୁଛନ୍ତି। ହରିୟାଣା ଜିନ୍ଦର ଜଣେ ଚାଷୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରକ୍ତରେ ଚିଠି ଲେଖି ନୂଆ କୃଷି ଆଇନ ରଦ୍ଦ କରିବାକୁ ଏମଏସପି ଲାଗୁ କରିବାକୁ ଦାବି କରିଛନ୍ତି। ଜିନ୍ଦ ଟୋଲ ପ୍ଲାଜାରେ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଶହ ଶହ ଚଷୁ ଇଞ୍ଜେକ୍ସନ ସିରିଞ୍ଜରେ ରକ୍ତ ବାହାର କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚାଷୀ କହିଛନ୍ତି ଯେ ତାଙ୍କୁ ଏହି କଳା ଆଇନ ଦରକାର ନାହିଁ, ଏହି ଆଇନ ବଦଳରେ ସରକାର ଏମଏସପି ଉପରେ ସ୍ଥାୟୀ ଆଇନ ଲାଗୁ କରନ୍ତୁ।

ଚାଷୀ ଚିଠିରେ ଲେଖିଛନ୍ତି, “ଆଦରଣୀୟ ମୋଦିଜି, ଆମକୁ ଏହି କଳା ଆଇନ ଦରକାର ନାହିଁ। ଏହି ଆଇନ ବଦଳରେ ଏମଏସପି ଉପରେ ସ୍ଥାୟୀ ଆଇନ ଲାଗୁ କରନ୍ତୁ।” ଜିନ୍ଦ ଟୋଲ ପ୍ଲାଜାରେ ଆନ୍ଦୋଳନରେ ବସିଥିବା ଚାଷୀ କହିଛନ୍ତି ଗତ ୬୩ ଦିନ ହେଲା ସେମାନେ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ତଥାପି ସରକାର ଶୁଣୁନାହାନ୍ତି କି କିଛି ବିଚାର କରୁନାହାନ୍ତି। ସେଥିପାଇଁ ଚାଷୀ ନିଜ ରକ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଥିଲେ।

ଚାଷୀ କହିଛନ୍ତି ଯେ ସେମାନେ ରକ୍ତରେ ମୋଦିଙ୍କୁ ଚିଠି ଲେଖି ସନ୍ଦେଶ ଦେବାକୁ ଚାହୁଁଛନ୍ତି ଯେ ଯେଉଁ ଚାଷୀ ଗାନ୍ଧିବାଦୀ ତରିକାରେ ଆନ୍ଦୋଳନ କରିପାରେ ସେ ଭଗତ ସିଂହଙ୍କ ଭଳି ରକ୍ତ ଦେବା ମଧ୍ୟ ଜାଣିଛି। ମହିଳା ଚାଷୀ ସିକ୍କମ, କୃଷକ ନେତା ବିଜେନ୍ଦ୍ର ସିନ୍ଧୁ ଆଦି କହିଛନ୍ତି କେନ୍ଦ୍ର ସରକାର କୃଷକଙ୍କ କଥା ଶୁଣିବା ଉଚିତ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ସମେତ ଦେଶର ଅନେକ ରାଜ୍ୟର ଚାଷୀ ଗତ ଦୁଇ ମାସରୁ ଅଧିକ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି।

   Related Posts