ଛୋଟ ଡ୍ରେସ୍ ପିନ୍ଧି ଜିମ୍ ଯାଉଥିଲେ ଜାହ୍ନବୀ କାପୁର , କ୍ୟାମେରାରେ ଧରା ପଡିବାପରେ ଲାଜରେ ଝାଉଁଳି ଗଲେ…ଦେଖନ୍ତୁ ଫଟୋ

Published By : Prameya-News7 Bureau | July 29, 2019 IST

ମୁମ୍ବାଇ ୨୯|୭: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର ନିଜର ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ପବ୍ଲିସିଟି ପାଇଁ ଜାହ୍ନବୀ ଗୋଟେ ବି ସୁଯୋଗ ହାତ ଛଡା କରନ୍ତି ନାହିଁ। କିନ୍ତୁ ଜାହ୍ନବୀ ନିଜର ଭୁଲର ଅନୁତାପ କରି ସାରିଛନ୍ତି। ନିକଟରେ ଜିମ୍ କରିବା ପାଇଁ ଜାହ୍ନବୀ ଗାଡିରୁ ଓହ୍ଲାଇବା ସମୟରେ ତାଙ୍କ ଅଜଣାରେ ବହୁ କ୍ୟାମେରା ତାଙ୍କୁ ଅପେକ୍ଷା କରିଥିଲା। ଜାହ୍ନବୀ ଗାଡିରୁ ଓହ୍ଲାଇବା ମାତ୍ରକେ ହଠାତ୍  ମିଡିଆ କ୍ୟାମେରା ତାଙ୍କୁ ଘେରି ଯାଇଥିଲା। ଜାହ୍ନବୀଙ୍କ  ଜିମ୍ କଷ୍ଟ୍ୟୁମ ବହୁତ ଛୋଟ ଥିବାରୁ ସେ କ୍ୟାମେରାରୁ ଦୂରେଇ ରହିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।

{"id":138534}

ଜାହ୍ନବୀଙ୍କ ଛୋଟ ଡ୍ରେସ ତାଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା। କ୍ୟାମେରା ସାମ୍ନାରେ ନିଜ ଛୋଟ ପୋଷାକ ପାଇଁ ଲାଜ କରୁଥିଲେ ବୋଲି ସ୍ପଷ୍ଟ ବାରି ହୋଇ ପଡୁଥିଲା। ଜାହ୍ନବୀ କ୍ୟାମେରା ଲେନ୍ସରୁ ବର୍ତ୍ତିବା ପାଇଁ ଶୀଘ୍ରଶୀଘ୍ର ଜିମ୍‌ ଭିତରକୁ ଲଶିଯିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ଜାହ୍ନବୀଙ୍କ ଛୋଟ ଡ୍ରେସ ପିନ୍ଧା ହଟ୍ ଫଟୋ କ୍ୟାମେରା କଏଦ ହୋଇସାରିଥିଲା

{"id":138536}

ଜିମରୁ ଫେରିବା ସମୟରେ ଜାହ୍ନବୀ ଛୋଟ ଡ୍ରେସ ପିନ୍ଧାକୁ ନେଇ ଅନୁତାପ କରୁଥିଲେ ବୋଲି ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡିଥିଲା। ଜିମ୍‌ରୁ ବାହାରିବା ସମୟରେ ଜାହ୍ନବୀ ​‌ନିଜର କ୍ରୋପ ଟପରେ ଘୋଡ଼ାଇ ହୋଇ ପଦାକୁ ଆସିଥିଲେ । କ୍ୟାମେରାକୁ ନ ଦେଖି ସିଧା ସିଧା ଗାଡି ବସି ପଳାଇଥିଲେ।

{"id":138537,"width":544,"height":554}
{"id":138538}
{"id":138539,"width":584,"height":639}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.