Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ପ୍ରତିଶ୍ରୁତି ଦେଇ ଧରାଛୁଆଁ ଦେଉନାହାନ୍ତି ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟରେ ତାଲା ପକାଇଲେ ଜିଲ୍ଲା ପରିଷଦ ସଭ୍ୟ

3/11/2021 at 11:04 PM

ବାରିପଦା ୦୩/୧୧: ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଅଭିଯୋଗର ଫର୍ଦ୍ଦ ଧୀରେଧୀରେ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ନିଉଜ ସେଭେନ୍‌ରେ ଏହି ଅଫିସରେ ବିଲ ପାସ କରିବା ପାଇଁ କର୍ମଚାରୀମାନେ ପିସି ନେଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ପୁନଃଶ୍ଚ ଉକ୍ତ ବିଭାଗରେ ବିଭିନ୍ନ ଗାଁଗୁଡ଼ିକୁ ଜଳ ଯୋଗାଣ କାର୍ଯ୍ୟର ଅର୍ଥ ଗୁଡିକ ପ୍ରଦାନ କରୁନଥିବା ଅଭିଯୋଗ ନେଇ ବାରିପଦା ସ୍ଥିତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ବନ୍ଦ କରି ଘେରାଉ କରିଛନ୍ତି ।

ଆଜି କାର୍ଯ୍ୟାଳୟର ଫାଟକରେ ଜିଲ୍ଲା ପରିଷଦ ସଦସ୍ୟମାନେ ତାଲା ପକାଇବା ସହ ଧାରଣା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଗ୍ରାମଗୁଡିକୁ ସ୍ୱଚ୍ଛ ଓ ନିର୍ମଳ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାରଙ୍କ ପ୍ରକଳ୍ପଗୁଡିକ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ୨୦୨୦-୨୧ ବର୍ଷର କୋଟି କୋଟି ଟଙ୍କାର ଜଳ ଯୋଗାଣ ପାଇଁ ପ୍ରକଳ୍ପ ନେଇ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ଚିଠା ଦେଇଥିଲେ । କିନ୍ତୁ ସମୟ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ହୋଇପାରିଲା ନାହିଁ । ଅନ୍ୟପଟେ ସ୍କ୍ରିନିଂ କମିଟିରେ ଏହାର ଅନୁମୋଦନ ହୋଇସାରିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ବାରିପଦା ଖଣ୍ଡର ନିର୍ବାହୀ ଅଧିକାରୀ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ତଥା ଜିଲ୍ଲା ସାରାର ପ୍ରକଳ୍ପ ଅର୍ଥକୁ ନିଜେ ଆୟତ୍ତ ରଖିଛନ୍ତି ବୋଲି ଜିଲ୍ଲା ପରିଷଦ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଯାହା ଫଳରେ ବହୁ ଗ୍ରାମବାସୀ ପାନୀୟ ଜଳ ପାଇବାରେ ଅସମର୍ଥ ହେଉଛନ୍ତି। ଏ ବାବଦରେ ଜିଲ୍ଲା ପରିଷଦ ସଦସ୍ୟମାନେ ନିର୍ବାହୀ ଅଧିକାରୀଙ୍କୁ ଭେଟି ଜଳ ପ୍ରକଳ୍ପର କାର୍ଯ୍ୟକାରୀ ପାଇଁ ଜଣାଇଥିଲେ।

ଏନେଇ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଏ ସଂକ୍ରାନ୍ତରେ ସମସ୍ତ ସୂଚନା ପ୍ରଦାନ କରିବେ ବୋଲି ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସଦସ୍ୟଙ୍କୁ କହିଥିଲେ। କିନ୍ତୁ ଏହା ପରେ ସେ ଧରାଛୁଆଁ ଦେଉନଥିବା ଅଭିଯୋଗ ନେଇ ତାଲା ପକାଇ ଧାରଣା ଦେଇଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ତେବେ ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରାନଯାଇଛି ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ପରିଷଦ ।

   Related Posts