ସସପେଣ୍ଡ୍ ପରେ ଜୀବନ ପ୍ରଦୀପ ଦାଶଙ୍କ ସଫେଇ, 'ମୁଁ ଦଳ ବିରୋଧୀ କାମ କରିନି, ସୁପ୍ରିମୋଙ୍କ ଦ୍ୱାରସ୍ଥ ହେବି'

Published By : Prameya-News7 Bureau | November 05, 2020 IST

ବାଲେଶ୍ୱର, ୦୫।୧୧:  ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାଶ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ସୁପ୍ରି​‌ମୋ ନୀବନ ପଟ୍ଟନାୟକ।  ଏପଟେ  ଜୀବନ ପ୍ରଦୀପ ଦାଶ କହିଛନ୍ତି, ସେ କିଛି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି।  ଏ ନେଇ ସୁପ୍ରିମୋଙ୍କ ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି।

ବିଜେଡିରୁ ସସପେଣ୍ତ ହେଲେ ଜୀବନ ପ୍ରଦୀପ ଦାଶ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ  ସସପେଣ୍ତ  କରିଛନ୍ତି  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ପୂର୍ବତନ ବାଲେଶ୍ବର ସଦର  ବିଧାୟକ  ହେଉଛନ୍ତି ଜୀବନ ପ୍ରଦୀପ ଦାଶ ।  ଗତ ଉପନିର୍ବାଚନରେ ଜୀବନ ପ୍ରଦୀପ ବିଜେଡି ପ୍ରାର୍ଥୀ ସ୍ମରୂପ ଦାସଙ୍କ ପାଇଁ ସକ୍ରୀୟ ଭାବେ କାର୍ଯ୍ୟ କରିନଥିବା ଅଭିଯୋଗ ହୋଇଥିଲା। ଏପରିକି ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ପରୋକ୍ଷ ଭାବେ ସହଯୋଗ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଦଳ ବିରୋଧୀ କାର୍ଯ୍ୟର ପ୍ରମାଣ ମିଳିବା ପରେ ଜବୀନ ପ୍ରଦୀପ ଦାଶଙ୍କ ଉପରେ ଏପରି ପଦକ୍ଷେପ ନେଇଛି ଦଳ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ। 

{"id":356761,"sizeSlug":"large"}

ଏପଟେ ଜୀବନ ପ୍ରଦୀପ ଦାଶ ଯୁକ୍ତି ବାଢ଼ିଛନ୍ତି ଯେ ସେ କିଛି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି। ସେ କହିଛନ୍ତି ଉପନିର୍ବାଚନରେ ଦଳ ପାଇଁ ଯାହା କରିବା କଥା ସବୁ କାର୍ଯ୍ୟ କରିଛି। ମୁଖ୍ୟମନ୍ତ୍ରୀଙ୍କ ଭାର୍ଚ୍ୟୁଆଲ ରାଲି ଠାରୁ ଆରମ୍ଭ କରି ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ କାମ କରିଛି । ସେ କଣ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ଜାଣି ନାହାନ୍ତି ବୋଲି କହିଛନ୍ତି ଜୀବନ ପ୍ରଦୀପ। ଏହାକୁ ଦଳ ସୁପ୍ରୁମୋଙ୍କୁ ସାକ୍ଷତ କରିବା ସହ ଉପରିସ୍ଥ ​‌ନେତାଙ୍କୁ ଜଣାଇବେ ବୋଲି କହିଛନ୍ତି ।

{"id":356762,"sizeSlug":"large"}

ଜୀବନ ପ୍ରଦୀପ ଦାସ ୨୦୦୦ରୁ ୨୦୦୪ ବିଜେପି ଟିକେଟରେ ବିଜୟୀ ହୋଇଥିଲେ । ଏହାପରେ ୨୦୦୯ରୁ ୨୦୧୯ ୨ଥର ସେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ। ଗତ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ମାନସ ଦତ୍ତଙ୍କ ବାପା ତଥା ସେତେବେଳେର ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଠାରୁ ୧୩ ହଜାରରୁ ଅଧିକ ଭୋଟରେ ହାରିଥିଲେ।  ଯେଉଁଥିପାଇଁ ଦଳ ଏଥର ଉପ ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରିନଥିଲା। ତେବେ ଉପ ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ଦଳ ତାଙ୍କ ବିରୋଧରେ ନେଇଛି ଆକ୍ସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.