ଆତ୍ମହତ୍ୟା ଉଦ୍ୟମ ପରେ ପୁର୍ନଜନ୍ମ ! ଡାକ୍ତରଖାନାରେ ଜୀବନ ଥିବା ଘୋଷଣା କଲେ ଡାକ୍ତର, ଏବେ ଚିକିତ୍ସାଧୀନ

Published By : Prameya-News7 Bureau | March 15, 2020 IST

ଉମରକୋଟ ୧୫।୦୩: "ରଖେ ହରି ତୋ ମାରେ କିଏ "ଏହି ଉକ୍ତିଟି ପୁଣି ଥରେ ପ୍ରମାଣିତ ହୋଇଛି । ଶବ ବ୍ୟବେଚ୍ଛେଦ ରୁମ୍‌ରୁ ଜୀବନ୍ତ ଫେରିଲେ ଉମରକୋଟ ଅଞ୍ଚଳର ଜଣେ ନାବାଳିକା । ଆତ୍ମହତ୍ୟାର ଚେଷ୍ଟା  କରି ଦଶ ଘଣ୍ଟା ପର୍ଯ୍ୟନ୍ତ ନିଜ ଓଢଣୀରେ ଘର ଭିତରେ ଝୁଲି ରହିଥିଲେ ।  ଉମରକୋଟ ପୋଲିସ୍ ଘଟଣା ସ୍ଥଳକୁ ପହଞ୍ଚି ଛାନ୍‌ଭିନ୍‌ କରିଥିଲା । ଏବଂ  ଝିଅ ଟି ଜୀବିତ ଥିବା ଅନୁମାନ କରି ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲା ।  ସେଠାରେ ଚିକିତ୍ସକ ଝିଅ ଜୀବିତ ଥିବା ଜାଣି ଚିକିତ୍ସା କରିଥିଲେ । ବର୍ତ୍ତମାନ ଝିଅ ସୁସ୍ଥ ଅଛି ହେଲେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ମିଳିଥିବା ଖବର ଅନୁଯାୟୀ ହୀରାପୁର ଗ୍ରାମରେ ଆତ୍ମହତ୍ୟାର ପ୍ରୟାସ କରିଥିବା ନାବାଳିକାଙ୍କ ସମ୍ପର୍କୀୟଙ୍କ ବାହାଘର ଥିଲା ।  ରାତିରେ ଝିଅ ବିଦା କରିବା ପରେ ସମସ୍ତେ ଶୋଇ ଯାଇଥିଲେ । ଝିଅଟି ପୋଡଷି ଘରକୁ ଶୋଇବାକୁ ଯାଇଥିଲା । କିନ୍ତୁ ସକାଳୁ କବାଟ ନ ଖୋଲିବାରୁ ଘର ଲୋକ ଝରକା ଆଡୁ ଦେଖିଲେ ଝିଅ ପିନ୍ଧିଥିବା ଓଢଣୀ  ଲଗାଇ ଝୁଲି ରହିଥିଲ ।  ଝିଅ ମରିଯାଇଛି ଭାବି ପରିବାର ଲୋକ ପୋଲିସକୁ ଖବର ଦେଇଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଝିଅ ପାଖକୁ ଯାଇ ଦେଖିବାରୁ ଝିଅଟି ଜୀବିତ ଥିବା ସନ୍ଦେହ କରିଥିଲା । ଏବଂ ଉଦ୍ଧାର କରି ପୋଲିସ  ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ବର୍ତ୍ତମାନ ନାବାଳିକା ର ଅବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.