ଜିଅଁନ୍ତା ଜଳିଗଲେ ଦମ୍ପତି: ସ୍ତ୍ରୀକୁ ବଞ୍ଚାଉ ବଞ୍ଚାଉ ଜଳିଗଲେ ସ୍ବାମୀ

Published By : Prameya-News7 Bureau | October 16, 2020 IST

ଝାରସୁଗୁଡା୧୬/୧୦: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜୀଅନ୍ତା ଜଳିଗଲେ ଦମ୍ପତି। ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘର ବାହାରେ କୋଇଲା ଚୁଲି ଲଗାଉଥିବା ବେଳେ ସ୍ତ୍ରୀ ଜଳି ଯାଇଥିବା କୁହାଯାଉଛି।

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ବି ଜଳିଗଲେ।ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସର ତଦନ୍ତ ଚଳାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟିଲା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ସ୍ବାମୀ-ସ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ୍ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.