Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଜିୟା ଖାନଙ୍କ ଆତ୍ମହତ୍ୟା ଘଟଣା: ସୁରଜ ପଞ୍ଚୋଲି କହିଲେ, ଗୋଟେ ମାସ ପର୍ଯ୍ୟନ୍ତ ତାଙ୍କୁ ରଖାଯାଇଥିଲା ସବୁଠାରୁ ଶୂନସାନ ସେଲରେ….

19/09/2019 at 8:54 PM

ମୁମ୍ବାଇ୧୯|୯: ବଲିଉଡ୍‌ର ଅଧିକାଂଶ ଅଭିନେତ୍ରୀ ଓ ଅଭିନେତା କୌଣସି ବିବାଦକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ସୁରଜ ପଞ୍ଚୋଲି ଏକ ସାକ୍ଷାତାକାର ସମୟରେ ଜିୟା ଖାନଙ୍କ ସୁସାଇଡ୍‌ ସଂପର୍କରେ କିଛି କଥା କହିଛନ୍ତି। ସେ କହିଛନ୍ତି ଯେ, ଅଭିନେତ୍ରୀ ଜିୟା ଖାନଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ସୁରଜଙ୍କ ଗିରଫ ପରେ ଏକ ମାସ ପର୍ଯ୍ୟନ୍ତ ତାଙ୍କୁ ଶୂନସାନ ସ୍ଥାନରେ ରଖାଯାଇଥିଲା। ଜେଲର ଏକ ଶୂନସାନ ସେଲରେ ତାଙ୍କୁ ରଖା ଯାଇଥିଲା। ଏମିତିକି ସେଠାରେ ନ୍ୟୁଜ ପେପର ପଢ଼ିବା ଲାଗି ତାଙ୍କୁ ଦିଆଯାଇ ନଥିଲା। ସେହି ସେଲରେ ସୁରଜ ପୂରା ସ୍ତବ୍ଧ ହୋଇ ଯାଇଥିଲେ ବୋଲି ସୁରଜ ନିଜେ କହିଥିଲେ।

ସୁରଜ ଆହୁରି ମଧ୍ୟ କହିଛନ୍ତି, ଜିୟା ଖାନଙ୍କ ପରିବାର ଲୋକଙ୍କୁ ସେ ସମ୍ମାନ ଦେଉଥିଲେ। ସେଥିଲାଗି କୌଣସି କଥାରେ ସେ ମୁହଁ ଖୋଲି ନଥିଲେ । ସେହି ପରିବାର ତାଙ୍କ ପ୍ରତି ଯାହା କଲେ ବି ସେମାନଙ୍କୁ ସୁରଜ ସମ୍ମାନ ଦିଅନ୍ତି ବୋଲି ସେ କହିଛନ୍ତି। କିନ୍ତୁ ମିଡିଆ ତାହାର ଦାୟିତ୍ବ ଠିକ୍ ଭାବେ ନିର୍ବାହ କରି ନାହିଁ । ଟିଆରପି ବଢ଼ାଇବା ଦିଗରେ ମିଡିଆ ସବୁବେଳେ ଚେଷ୍ଟା କରୁଥିବା କଥା ସୁରଜ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହା ଜୁନ ମାସରେ ୨୫ ବର୍ଷ ବୟସ୍କା ଅଭିନେତ୍ରୀ ଜିୟା ଖାନ ନିଜ ଘରେ ଆତ୍ମହତ୍ୟା କରିଥିଲେ। ଜିୟା ଖାନଙ୍କ ମୃତ ଶରୀରର ପାଖରୁ ସୁସାଇଡ୍‌ ନୋଟ ମଧ୍ୟ ପୋଲିସ ଜବତ କରିଥିଲା। ସେଥିଲେ ଲେଖା ଥିଲା ଯେ,  ‘ଗୋଟେ ସମୟ ଥିଲା ତମ ସହ ଜୀବନ ବିତାଇବା ପାଇଁ ସ୍ବପ୍ନ ଦେଖୁଥିଲି। କିନ୍ତୁ ତମେ, ମୋ ସ୍ବପ୍ନକୁ ଭାଙ୍ଗି ଚୁରମାର କରିଦେଲ’  । ଜିୟା ଖାନଙ୍କ ମୃତ୍ୟୁର ଠିକ୍ ଚାରିମାସ ପରେ ଅର୍ଥାତ ୨୦୧୩ ମସିହା ଅକ୍ଟୋବର ମାସରେ ଜିୟା ଖାନଙ୍କ ମାଆ ରବିୟା ଖାନ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜିୟା ଆତ୍ମହତ୍ୟା କରି ନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ରବିୟା ଖାନ ଦାବୀ କରିଥିଲେ।

ସିବିଆଇ କହିବା ମୁତାବକ,  ଜିୟା ଖାନଙ୍କ ଆତ୍ମହତ୍ୟା ଘଟଣା ସଂପର୍କରେ ସୁରଜ ମନଗଢ଼ା କାହାଣୀ କହିଥିଲେ। ଘଟଣାର ସତ୍ୟସତ ଜାଣିବା ପାଇଁ ପୋଲିସ ସୁରଜଙ୍କୁ ଗିରଫ କରିଥିଲା। କିଛିଦିନ ପରେ ଜେଲରୁ ସୁରଜ ମୁକୁଳି ଯାଇଥିଲେ।

   Related Posts