ସାଜିଦ ଖାନଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଜିୟା ଖାନଙ୍କ ଭଉଣୀ: ଜିୟାକୁ ଟପ୍ ଓ ଅନ୍ତବସ୍ତ୍ର ଖୋଲିବାକୁ କହିଥିଲେ, ମୋତେ ବି...

Published By : Prameya-News7 Bureau | January 19, 2021 IST

ମୁମ୍ବାଇ ୧୯/୦୧ : ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ମାମଲା ସାମ୍ନାକୁ ଆସିଛି। ଦିବଙ୍ଗତ ଅଭିନେତ୍ରୀ ଜିୟା ଖାନଙ୍କ ଭଉଣୀ ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ଜିୟାଙ୍କ ଭଉଣୀ କରିସ୍ମା ଦାବି କରିଛନ୍ତି ଯେ ସାଜିଦ ଖାନ କେବଳ ଜିୟାଙ୍କୁ ଯୌନ ନିର୍ଯ୍ୟାତନା ଦେଇନଥିଲେ ବରଂ ତାଙ୍କର ମଧ୍ୟ ଫାଇଦା ଉଠାଇବାକୁ ଚେଷ୍ଟା କରିଛନ୍ତି। ଜିୟା ଖାନଙ୍କ ଜୀବନ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ 'ଡେଥ୍ ଇନ୍ ବଲିଉଡ୍' (Death In Bollywood)' ନିକଟରେ ୟୁକେରେ ରିଲିଜ୍ ହୋଇଛି। ଡକ୍ୟୁମେଣ୍ଟାରୀର ଦ୍ୱିତୀୟ ଏପିସୋଡ ବେଳେ କରିସ୍ମା ସାଜିଦ ଖାନଙ୍କ ପୋଲ ଖୋଲି ଦେଇଛନ୍ତି।

କରିସ୍ମାଙ୍କ ଅନୁଯାୟୀ, ସାଜିଦ ଖାନ ଦୁର୍ବ୍ୟବହାର କରିବା ପରେ ଜିୟା ଭାଙ୍ଗି ପଡ଼ିଥିଲେ। ସେ ଘରକୁ ଯାଇ ବହୁତ କାନ୍ଦିଥିଲେ। ସାଜିଦ ଖାନ କରିସ୍ମାଙ୍କ ସହ ମଧ୍ୟ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ। ସେ ପୁରା ଘଟଣା ଖୋଲି କହିଛନ୍ତି। ସେ କହିଛନ୍ତି, ରିହର୍ସଲ ବେଳେ ଜିୟା ସ୍କ୍ରିପ୍ଟ ପଢୁଥିଲେ। ସେତେବେଳେ ସାଜିଦ ଖାନ ତାଙ୍କୁ ଟପ ଓ ଅନ୍ତବସ୍ତ୍ର ଖୋଲିବାକୁ କହିଥିଲେ। ଏସବୁ ଶୁଣି ଜିୟା ଡରି ଯାଇଥିଲେ। ସେ କଣ କରିବେ କିଛି ବୁଝି ପାରିଲେନି। ସେ ଭାବିଲେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଏହିଭଳି ଅବସ୍ଥା। ଆଗକୁ କଣ ହେବ। ସେ ଘରକୁ ଆସି ବହୁତ କାନ୍ଦିଥିଲେ।'

{"id":394697,"sizeSlug":"large","linkDestination":"none"}

ଆଗକୁ ସେ କହିଛନ୍ତି, 'କିନ୍ତୁ ତଥାପି ତାଙ୍କୁ ଫିଲ୍ମ କରିବାକୁ ପଡିଥିଲା। ଜିୟା କହିଥିଲେ ଯେ ସେ କଣ୍ଟ୍ରାକ୍ଟ ସାଇନ୍ କରିଛନ୍ତି। ଫିଲ୍ମ ଅଧାରେ ଛାଡିଦେଲେ ସେମାନେ ମୋତେ ବଦନାମ କରିଦେବେ ଓ ମୋ କ୍ୟାରିଅର ବରବାଦ କରିଦେବେ। ଫିଲ୍ମରେ ରହିଲେ ଏହିଭଳି ଯୌନ ନିର୍ଯ୍ୟାତନା ସହିବାକୁ ପଡିବ, ଛାଡିଲେ କ୍ୟାରିଅର ବରବାଦ।'

କରିସ୍ମା କହିଛନ୍ତି, ଥରେ ସେ ଜିୟାଙ୍କ ସହ ସାଜିଦ ଖାନଙ୍କ ଘରକୁ ଯାଇଥିଲେ। ସେତେବେଳେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିଲା। ସେ ଏକ ଷ୍ଟ୍ରାପ୍ ଟପ୍ ପିନ୍ଧିଥିଲେ। ମୁଁ ତାଙ୍କ ଘରେ ବସିଥିଲି ଓ ସାଜିଦ ଖାନ ମୋତେ ଖରାପ ନଜର ଅନାଉଥିଲେ। ସେ କହିଥିଲେ ଯେ ସେକ୍ସ କରିବାକୁ ଚାହୁଁଛନ୍ତି। ଜିୟା ଏସବୁ ଶୁଣି ରାଗି ଯାଇଥିଲେ ଓ ତାଙ୍କୁ ଧରି ସେଠାରୁ ଚାଲି ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.