ଜିୟା ଖାନଙ୍କ ମାଆ ଦାବି କଲେ ସିବିଆଇ ତଦନ୍ତ : କହିଲେ -‘ ସୁଶାନ୍ତଙ୍କୁ ମଧ୍ୟ ତାଙ୍କ ଝିଅଙ୍କ ପରି ହତ୍ୟା କରାଯାଇଛି’

Published By : Prameya-News7 Bureau | August 14, 2020 IST

ମୁମ୍ବାଇ ୧୪/୮: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ଯାଞ୍ଚରେ ଅସନ୍ତୁଷ୍ଟ ପରିବାର ଲୋକେ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି। ବଲିଉଡ ଅଭିନେତା ଜିୟା ଖାନଙ୍କ ମାଆ ରାବିୟା ଖାନ ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସମର୍ଥନ କରିଛନ୍ତି। ତାଙ୍କ କହିବା ଅନୁସାରେ ଯେଉଁଭଳି ତାଙ୍କ ଝିଅଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା, ସୁଶାନ୍ତଙ୍କ ମାମଲାରେ ଠିକ୍ ସେହିପରି ହୋଇଛି। ସେ ଝିଅଙ୍କ ଆତ୍ମହତ୍ୟାକୁ ହତ୍ୟା କହିଛନ୍ତି ଯେଉଁଥିପାଇଁ ତାଙ୍କୁ ପ୍ରବର୍ତ୍ତା ଯାଇଥିଲା। ରାବିୟା ଖାନ୍ ସିବିଆଇ ଯାଞ୍ଚକୁ ନେଇ ପୋଷ୍ଟ ସେୟାର କରିଛନ୍ତି।

{"id":314267,"sizeSlug":"large"}

ଜିୟାଙ୍କ ମାଆଙ୍କ କହିବା ଅନୁସାରେ ଯେଉଁଭଳି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ନାଁ ଦିଆଯାଉଛି,ତାଙ୍କ ଝିଅଙ୍କୁ ମଧ୍ୟ ଏହିପରି ହତ୍ୟା କରାଯାଇଥିଲା। ରାବିୟା ଖାନ୍ ସିବିଆଇ ଦ୍ବାରା ମାମଲାର ଯାଞ୍ଚ କରିବାକୁ ଦାବି କରିଛନ୍ତି। ସେ ପୋଷ୍ଟ ଜରିଆରେ କହିଛନ୍ତି ଯେ ପୋଲିସ ଉପରେ ରାଜନୈତିକ ଚାପ କାରଣରୁ ସତ ସାମନାକୁ ଆସି ପାରିବ ନାହିଁ।

{"id":314269,"sizeSlug":"large"}

ସୋସିଆଲ ମିଡିଆରେ ସେୟାର ପୋଷ୍ଟରେ ଜିୟାଙ୍କ ମାଆ ଲେଖିଛନ୍ତି- ‘ଜିୟା ଖାନଙ୍କ ଭଳି ସୁଶାନ୍ତ ସିଂହଙ୍କୁ ମଧ୍ୟ ହତ୍ୟା କରାଯାଇଛି ଏବଂ ତାଙ୍କୁ ଏହାଠାରୁ ଅଧିକ ବାଧ୍ୟ,ନିରାଶ ଏହା ପୂର୍ବରୁ କେବେ ଅନୁଭବ ହୋଇନାହିଁ। ସୁଶାନ୍ତ ଏବଂ ଜିୟାଙ୍କୁ ପ୍ରଥମେ ମିଥ୍ୟା ଗୁରୁତ୍ବ ଏବଂ ପ୍ରେମ ଦିଆଯାଇଥିଲା। ଯେତେବେଳେ ଉଭୟେ ସେମାନଙ୍କ ନାର୍ସିଷ୍ଟ ସାଇକୋପ୍ୟାଥିକ ଗ୍ୟାସ୍ ଲାଇଟିଂ ପାର୍ଟନରଙ୍କ ଜାଲରେ ଫସି ଯାଇଥିଲେ ସେତେବେଳେ ତାଙ୍କୁ ଶାରିରୀକ ଭାବେ କ୍ଷତି ପହଞ୍ଚାଯାଇଥିଲା ଏବଂ ସେମାନଙ୍କୁ ଗାଳି ମଧ୍ୟ ଦିଆଯାଇଥିଲା। ସେମାନଙ୍କୁ ଟଙ୍କା ପାଇଁ ବ୍ୟବହାର କରାଯାଇଥିଲା ଏବଂ ପରିବାରଠୁ ଦୂର କରାଯାଇଥିଲା। ଉଭୟ ଜିୟା ଏବଂ ସୁଶାନ୍ତଙ୍କୁ ମାନସିକ ଭାବେ ଅଶାନ୍ତ ବୋଲି କୁହାଯାଇଥିଲା ଏବଂ ତାଙ୍କ ପାଖରେ କାମ ନଥିବା ଯୋଗୁଁ ଡିପ୍ରେସଡ କୁହାଯାଇଥିଲା। ଯେତେବେଳେ ପାର୍ଟନରସ ନିଜ କଣ୍ଟ୍ରୋଲ ହରାଇଥିଲେ ସେତେବେଳେ ତାଙ୍କ ହୋମିସାଇଡଲ୍ ଡେଥକୁ ଆତ୍ମହତ୍ୟା କୁହାଗଲା।

{"id":314270,"sizeSlug":"large"}

ଜିୟା ଖାନ୍ ଏବଂ ସୁଶାନ୍ତଙ୍କ ନାର୍ଷ୍ଟିକ୍ କ୍ରିମିନାଲ୍ ପାର୍ଟନର୍ସ ଶକ୍ତିଶାଳୀ ବଲିଉଡ ମାଫିଆ ଏବଂ ନେତା ସହ ମିଶିଛନ୍ତି ଏଥିପାଇଁ ସେମାନେ ତାଙ୍କ ଛାୟା ନେଇଛନ୍ତି। କାରଣ ତାଙ୍କୁ ଜଣା ଅଛି ଯେ ଏହି ବଲିଉଡ ମାଫିଆ ଏବଂ ନେତାଙ୍କ ପାଖରେ କ୍ରିମିନାଲ୍ସଙ୍କ ବ୍ୟବହାରକୁ ଜାଣିବାର ଶକ୍ତି ରହିଛି। ରାଜନୈତିକ ଚାପ କାରଣରୁ ପୋଲିସ ସତ ଆଣି ପାରୁନାହିଁ। ସେମାନେ ନିଜ ପୂରା ସମୟ ପ୍ରମାଣ ନଷ୍ଟ ଏବଂ ହୋମିସାଇଡାଲ୍ ଡେଥକୁ ଆତ୍ମହତ୍ୟା ନାଁ ଦେବାରେ ନିଜ ସମୟ କଟାଇଥିଲେ। ନିଜର ଏହି ମନଗଢ଼ା କାହାଣୀକୁ ସମର୍ଥନ ଦେବା ପାଇଁ ସେମାନେ ବଲିଉଡ ମାଫିଆ ଏବଂ ତାଙ୍କ ସିଣ୍ଡିକେଟ ମିଡିଆର ସାହାଯ୍ୟ ନିଅନ୍ତି ଏବଂ ଡିପ୍ରେସନ ଷ୍ଟୋରୀକୁ ଏଣ୍ଡୋର୍ସ କରିବା ପାଇଁ ମହେଶ ଭଟ୍ଟଙ୍କୁ ଆଙ୍କର ଭଳି ବ୍ୟବହାର କରନ୍ତି।

{"id":314271,"sizeSlug":"large"}

ପବ୍ଲିକଙ୍କ ମନରେ ସନ୍ଦେହ ସୃଷ୍ଟି କରିବା ପାଇଁ ଏହି କ୍ରିମିନାଲ୍ସ ଭିକ୍ଟିମଙ୍କ ପରିବାରକୁ ଟଙ୍କା ଲୋଭରେ ଭୁଲ୍ ଲାଳନପାଳନ,ପର୍ସନାଲ୍ ରେପୁଟେସନ ଭଳି ଦୋଷରେ ଆକ୍ରମଣ କରିଥାନ୍ତି। ସିବିଆଇଙ୍କୁ ଏହି ମାମଲାରେ ଅନ୍ତ ଯାଏଁ ଯାଇ ଯାଞ୍ଚ କରିବା ଉଚିତ୍ ଏବଂ ଏହି ଅପରାଧୀଙ୍କୁ ଦଣ୍ଡ ଦେବା ଉଚିତ୍। ନଚେତ୍ ଏମାନେ ଆହୁରି ରାକ୍ଷସ ହୋଇଯିବେ ଏବଂ ନିଜ ଖରାପ କାମକୁ ଦୁଇଗୁଣା କରିଦେବେ ଏବଂ ଜିୟା-ସୁଶାନ୍ତଙ୍କ ଭଳି ଅନ୍ୟ ନିରୀହଙ୍କୁ ମାରୁଥିବେ। ଯେଉଁମାନେ ପୀଡ଼ିତ ସେମାନେ କୌଣସି ଘଟଣାର ଶିକାର ହୋଇନଥାନ୍ତି,ବରଂ ନେତା,ପୋଲିସ୍ ଏବଂ ବଲିଉଡ ମାଫିଆ,ଅପରାଧିଙ୍କୁ ସୁରକ୍ଷା ଦେଇଥାନ୍ତି ଏବଂ ପୀଡ଼ିତଙ୍କ ପରିବାରକୁ ଡରି ଡରି ବଞ୍ଚିବାକୁ ବାଧ୍ୟ କରନ୍ତି। ଏଭଳି ଅପରାଧ ଶେଷ ହେବା ଉଚିତ୍।

{"id":314273,"sizeSlug":"large"}

୭ବର୍ଷ ତଳେ ୨୦୧୩ମସିହା ଜୁନ୍ ୩ତାରିଖରେ ଜିୟା ଖାନ୍ ନିଜ ଫ୍ଲାଟରେ ପଙ୍ଖାରେ ଝୁଲି ଜୀବନ ଦେଇଥିଲେ। ଏହି ମାମଲାରେ ଜିୟାଙ୍କ ବୟଫ୍ରେଣ୍ଡ ଅଭିନେତା ସୂରଜ ପାଞ୍ଚୋଲିଙ୍କ ନାଁ ସାମନାକୁ ଆସିଥିଲା। ଜିୟାଙ୍କ ମାଆ ଅଭିଯୋଗ କରିଥିଲେ ଯେ ସୂରଜ ପାଞ୍ଚୋଲି ତାଙ୍କ ଝିଅଙ୍କୁ ମାରିଛନ୍ତି ଏବଂ ଏହାକୁ ସୁଇସାଇଡ ନାଁ ଦେଉଛନ୍ତି। ସିବିଆଇ ଜିୟା ଖାନଙ୍କ ମୃତ୍ୟୁର ଯାଞ୍ଚ କରି ସାରିଛି ଏବଂ ଏହି ଯାଞ୍ଚ ଏବେ ବି ଜାରି ରହିଛି ଯେଉଁଥିପାଇଁ ସୂରଜ ପାଞ୍ଚୋଲି ଅନେକ ଥର ଶୁଣାଣି ପାଇଁ ଯାଇ ସାରିଛନ୍ତି।

{"id":314272,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.