Yes Bankରେ ଶ୍ରୀଜିଉଙ୍କ ଟଙ୍କା : ବିରୋଧୀଙ୍କ ଶ୍ବେତପତ୍ର ଦାବି, ଯିଏ ଟଙ୍କା ରଖିଛି ସିଏ ଦାୟୀ ବୋଲି ସ୍ବଷ୍ଟ କଲେ ଅର୍ଥ ସଚିବ

Published By : Prameya-News7 Bureau | March 08, 2020 IST

ଭୁବନେଶ୍ବର ୦୮।୦୩:  ୟେସ୍ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ନେଇ ରାଜନୀତି ଦିନକୁ ଦିନ ବଢିବାରେ ଲାଗିଛି । ଏହି ପ୍ରସଙ୍ଗରେ ସରକାର ଶ୍ବେତପତ୍ର ପ୍ରକାଶ କରିବାକୁ ଦାବି କରିଛି ଦଳ । ସେପଟେ କଂଗ୍ରେସ ୟେସ୍ ବ୍ୟାଙ୍କରେ କିପରି ଟଙ୍କା ଜମା ହେଲା ତାର ତଦନ୍ତ ଦାବି କରିଛି । ବିଜେଡି ଏହାର ଜବାବ ରଖିଥିବା ବେଳେ ସେପଟେ ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ଅର୍ଥ ସଚିବ ଅଶୋକ ମିନା କହିଛନ୍ତି ସରକାର ଅର୍ଥ ଉଠାଇବାକୁ RBIକୁ ଚିଠି ଲେଖିଛନ୍ତି । ରାଜ୍ୟର କେଉଁ ବିଭାଗ ଘରୋଇ ବ୍ୟାଙ୍କରେ ଅର୍ଥ ରଖିଛନ୍ତି ସେନେଇ ସେମାନେ ଦାୟୀ ରହିବେ ବୋଲି ଚେତାଉଛନ୍ତି ସଚିବ ।

{"id":235151,"sizeSlug":"large"}

ଯିଏ ଟଙ୍କା ରଖିଛି ସିଏ ଦାୟୀ । ଏମିତି ସ୍ପଷ୍ଟ କରିଦେଇଛନ୍ତି ଅର୍ଥ ସଚିବ ଅଶୋକ ମିନା। ଯେତେବେଳେ  ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ ବ୍ୟାଙ୍କରେ ଜମା କରାଯିବା ନେଇ ରାଜନୀତି ଜୋର ଧରିଛି। ଟଙ୍କା ବୁଡିଯିବା ଆଶଙ୍କା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ବିରୋଧୀ ଘେରିଛନ୍ତି, ସେତିକିବେଳେ ଅର୍ଥ ସଚିବ ସ୍ପଷ୍ଟ କରିଛନ୍ତି ଯିଏ ଟଙ୍କା ଡିପୋଜିଟ କରିଛି ସେହି ଦାୟୀ ହେବ।

{"id":235152,"sizeSlug":"large"}

ବୁଡ଼ିଲା  ୟେସ ବ୍ୟାଙ୍କରେ କେବଳ ଶ୍ରୀଜିଉଙ୍କ କୋଟି କୋଟି ଟଙ୍କା ବୁଡୁଛି ତାହା ନୁହେଁ  ରାଜ୍ୟର ଆଉ କିଛି ବିଭାଗର ଅର୍ଥ ବି ୟେସ ବ୍ୟାଙ୍କରେ ଜମା ଥିବା ନେଇ ଏବେ ସୂଚନା ମିଳୁଛି । ତେଣୁ ଏହି ସବୁ ଟଙ୍କା କିପରି ଉଠାଇବେ ସେନେଇ ସରକାରଙ୍କ ଏବେ ଚିନ୍ତାର କାରଣ ହୋଇଛି । ସେପଟେ ଅର୍ଥ ସଚିବ କହିଛନ୍ତି ଜଗନ୍ନାଥଙ୍କ ଟଙ୍କା ଜମା ଉଠାଇବା ଲାଗି  ଶ୍ରୀମନ୍ଦିର ପ୍ରଶାସନ RBIକୁ ଚିଠି ଲେଖିଛନ୍ତି।  ଆରବିଆଇ କହୁଛନ୍ତି ଟଙ୍କା ବୁଡିବନି ।

{"id":235153,"sizeSlug":"large"}

ସେପଟେ ବିରୋଧୀ ପ୍ରଶ୍ନ କରିଛନ୍ତି ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଡିପୋଜିଟ ପଛରେ କିଏ । ଏହାର ଅସଲ ଉଦ୍ଦେଶ୍ୟ କଣ ।  ରାଜ୍ୟ ସରକାରଙ୍କ ୨୦୧୭ ସର୍କୁଲାରରେ ୨୫ଟି ବ୍ୟାଙ୍କ ତାଲିକାରେ ୟେସ୍ ବ୍ୟାଙ୍କର ନାଁ ନଥିଲା । ୨୦୧୯ ଜୁଲାଇରେ ସର୍କୁଲାରରେ ୟେସ୍ ବ୍ୟାଙ୍କର ନାଁ ଯୋଡିଛନ୍ତି ସରକାର । ଏହାର ୪ ମାସ  ପୂର୍ବରୁ ୨୦୧୯ ମାର୍ଚ୍ଚରେ ଶ୍ରୀମନ୍ଦିର ଟଙ୍କା କିଭଳି ୟେସ ବ୍ୟାଙ୍କରେ ଜମା ହେଲା ।

{"id":235154,"sizeSlug":"large"}

ଏହା ପଛରେ କେଉଁମାନେ ସମ୍ପୃକ୍ତ ତାହା ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ ଦାବି କରିଛି ବିଜେପି । ସେପଟେ କଂଗ୍ରେସ ଜଗନ୍ନାଥଙ୍କ ଟଙ୍କା ଡିପୋଜିଟ୍ ପଛରେ ପର୍ସଣ୍ଟେଜ କାରବାର ଅଭିଯୋଗ ଆଣିବା ସହ ଏହାର ତଦନ୍ତ ଦାବି କରିଛି । ଏହାର ଜବାବରେ ବିଜେଡି କହିଛି ସରକାର ଟଙ୍କା ଉଠାଣ ଲାଗି RBIକୁ ଚିଠି ଲେଖି ସାରିଛନ୍ତି । ଟଙ୍କା ବୁଡିବାର ପ୍ରଶ୍ନ ଉଠୁନି ।

{"id":235155,"sizeSlug":"large"}

ଶ୍ରୀଜଗନ୍ନାଥଙ୍କ ଅର୍ଥକୁ ଛାଡି ଆଉ କେଉଁ କେଉଁ ବିଭାଗ କେଉଁ କେଉଁ ଘରୋଇ ବ୍ୟାଙ୍କରେ କେତେ ଜମା କରିଛନ୍ତି ତାର ତଥ୍ୟ  ସବୁ ବିଭାଗକୁ ମାଗିଛନ୍ତି ରାଜ୍ୟ ସରକାର । ତେବେ ପ୍ରଶ୍ନ ଉଠୁଛି ଯେଉଁ ଅଧିକାରୀ ଅନୁମତି ନଥାଇ  ଘରୋଇ ବ୍ୟାଙ୍କରେ  ଅର୍ଥ ରଖିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ।  

{"id":235156,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.