ଦମ୍ପତିଙ୍କୁ ମାରି ମାଟି ତଳେ ପୋତି ଦେଇଥିଲେ: ଦୁଇ ଅଭିଯୁକ୍ତ ଗିରିଫ

Published By : Prameya-News7 Bureau | November 19, 2019 IST

କେନ୍ଦୁଝର ୧୯|୧୧: କେନ୍ଦୁଝର ଝୁମ୍ପୁରା ଥାନର କାସିପାଳ ଜଙ୍ଗଲରେ ଦମ୍ପତିଙ୍କୁ ମାରି ମାଟି ତଳେ ପୋତି ଦେବା ଘଟଣାରେ ଦୁଇଜଣଙ୍କୁ ଗିରିଫ କରିଛି ପୋଲିସ । , ଗଛ କଟାକୁ ବିରୋଧ କରିବାରୁ ଏମାନେ ଦମ୍ପତ୍ତିଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି ।

{"id":186759,"sizeSlug":"large"}

ପୋଲିସ କହିବା ଅନୁସାରେ ଚଳିତ ମାସ ୮ତାରିଖ ଦିନ ମୃତ ବୁଦ୍ଧଦେବ ମହାକୁଡ ଓ ତାଙ୍କ ସ୍ତ୍ରୀ ମାଳତୀ ମହାକୁଡ କାଶିପାଳ ଜଙ୍ଗଲ ଦେଇ ଗାଁ ହାଟ କୁ ଯାଉଥିଲେ । ଏହି ସମୟରେ ସେହି ଜଙ୍ଗଲରେ ଦାରା ସିଂ ନାମକ ଜଣେ ଯୁବକ ଗଛ କାଟୁଥିଲେ । ଗଛ କଟାକୁ ଏହି ଦମ୍ପତି ବିରୋଧ କରିବା ସହ ବନ ବିଭାଗର କିଛି କର୍ମଚାରୀଙ୍କୁ ଗଛ କାଟିବା ସମ୍ପର୍କରେ ଜଣାଇଥିଲେ ।

{"id":186760,"sizeSlug":"large"}

ବନ ବିବାଗର କର୍ମଚାରୀ ଦାରା ସିଂ କୁ ଗଛ ନକଟିକାବୁ ତାଗିଦ କରି ଛାଡି ଦେଇଥିଲେ । ଏଥିରେ ଦାରା ସିଂ ରାଗିଯାଇ ଦମ୍ପତି ଙ୍କର ପଛେ ପଛେ ହାଟକୁ ଯାଇଥିଲା ଓ ସେଠାରେ  ହାଣ୍ଡିଆ ପିଇବା ପରେ ପୁଣି ନିଶାସକ୍ତ ଅବସ୍ଥାରେ ତାଙ୍କ ପଛେ ପଛେ ଆସିଥିଲା ।

{"id":186761,"sizeSlug":"large"}

ଦମ୍ପତି ଜଙ୍ଗଲ ନିକଟରେ ପହଞ୍ଚିବା ମାତ୍ରେ ଦାରା ଦମ୍ପିତି ଙ୍କର ତଣ୍ଟି ଚାପି ଉଭୟଙ୍କୁ ହତ୍ୟା କରିଥିଲା । ପରେ ତାର ସାଙ୍ଗ ଦବେନ୍ଦ୍ର ସିଂ  ସହାୟତାରେ ମୃତ ଦେହ ଦୁଇଟିକୁ ଜଙ୍ଗଲ ବିଭାଗ ଦ୍ବାରା ଖୋଳାଯାଇଥିବା ଟ୍ରେଞ୍ଚ ରେ ପୋତି ଦେଇଥିଲେ ।

{"id":186762,"sizeSlug":"large"}

ପୋଲିସ ଉଭୟଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କୋଡି ଓ ଗଛ କାଟୁଥିବା ବୁଡିଆକୁ ଜବତ କରିଛି । ଉଭୟ ଙ୍କୁ ଆଜି କୋର୍ଟ ଚାଲାଣ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.