ମଶାଣି ନିକଟ ତେନ୍ତୁଳି ଗଛରେ ଝୁଲୁଛି ନାବାଳକର ମୃତଦେହ, ଆଖିରେ ବନ୍ଧା ଯାଇଛି କଳାପଟି : ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | November 22, 2020 IST

ଟାଙ୍ଗି ୨୨।୧୧: ଗାଁ ମଶାଣି ନିକଟରେ ଥିବା ତେନ୍ତୁଳି ଗଛରେ ଝୁଲୁଛି ନାବାଳକର ମୃତଦେହ। ତାହା ପୁଣି ଉଲଗ୍ନ ଅବସ୍ଥାରେ । ମୃତ ନାବାଳକଙ୍କ ବୟସ ୧୪ ବର୍ଷ ହେବ । ମୃତଦେହର ଆଖିରେ କଳାପଟି ବନ୍ଧା ଯାଇଛି । ନାବାଳକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରଘୁନାଥପୁର ଗାଁରେ।

ଖବର ଅନୁଯାୟୀ, ଗାଁର ନାରାୟଣ ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନ ଗତକାଲି ଅପରାହ୍ନରେ ଘରୁ କେନାଲ ବନ୍ଧକୁ ଶୌଚ ହେବା ପାଇଁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ବିଳମ୍ବିତ ରାତ୍ରିରେ ପିଣ୍ଟୁଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଅକୁ ହତ୍ୟା କରାଯାଇଥିବା ନାବାଳକର ମାଆ କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ୍ ସହାୟତାରେ ଛାନଭିନ ଜାରି ରଖିଛି ବାଲୁଗାଁ ପୋଲିସ। ନାବାଳକର ମୃତ୍ୟୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.