ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ଶରୀରରେ ରହିଛି ଗଭୀର କ୍ଷତ : ହତ୍ୟା ସନ୍ଦେହ

Published By : Prameya-News7 Bureau | October 08, 2020 IST

ପାଟଣା ୦୮।୧୦:  ଜଙ୍ଗଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଦେଉଳିପଶି ଗାଁ ନିକଟରେ ଜଙ୍ଗଲରୁ ଉଦ୍ଧାର ହୋଇଛି । ମୃତକ ହେଲେ ସୁରେନ୍ଦ୍ରପୁର ଗାଁର ସୋନାରାମ ମୁଣ୍ଡାଙ୍କ ପୁଅ ମାଧବ ମୁଣ୍ଡା ।

{"id":340499,"sizeSlug":"large"}

ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରୁ ଘରୁ କେଉଁଆଡେ ନିଖୋଜ ଥିଲେ ମାଧବ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । କିନ୍ତୁ ଆଜି ସକାଳ ସମୟରେ ଗାଁର କିଛି ଲୋକ ନିକଟ ଆକାଶିଆ ଜଙ୍ଗଲରୁ ଯାଇଥିବା ବେଳେ ମାଧବଙ୍କ ମୃତଦେହ ଦେଖିବାକୁ ମିଳିଥିଲା ।

{"id":340500,"sizeSlug":"large"}

ତାଙ୍କ ଦେହରେ କ୍ଷତ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଆଖିରେ ଗଭୀର କ୍ଷତ ଥିବାର ଦେଖିବାକୁ ମିଳିଥିଲା । କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ପକାଇଦେଇଥିବା ଗ୍ରାମବାସୀମାନେ ସନ୍ଦେହ କରାଯାଉଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.