ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ଥିଓରୀକୁ ଗ୍ରହଣ କରିହେଉନି…

Published By : Prameya-News7 Bureau | August 19, 2020 IST

ବାଂଶପାଳ ୧୯।୦୮: ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ସଦର ଥାନା ତଳକୁସୁମିତା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ ଜଣଙ୍କ କେନ୍ଦୁଝର ପୁରୁଣା ବଜାର ପୁଡାଉଆସ ସାହିର ସୁଦର୍ଶନ ନାଏକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":316937,"sizeSlug":"large"}

ସୂଚନାଯୋଗ୍ୟ ଯେ, ବରଦାପାଳ ପଞ୍ଚାୟତ ତଳକୁସୁମିତା ଗାଁକୁ ନିଜ ଭାଇ ଓ ଭାଉଜ ସହ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଭାଇ ପ୍ରଦୀପ ନାଏକ ଓ ଭାଉଜଙ୍କ ସହିତ ସୁର୍ଦଶନ ଆସିଥିଲେ । ସୁଦର୍ଶନ ଜଣେ ମାନସିକ ଅନଗ୍ରସର ଯୁବକ ଥିବାରୁ , ଅଧିକାଂଶ ସମୟରେ ତାଙ୍କ ଦେହ ରୁହେ ନାହିଁ ।  ତେଣୁ ତଳକୁସୁମିତାର ଜଣେ ଗୁଣିଆଁଙ୍କ ପାଖରେ ପୁଜାପାଠ କରିବାକୁ ଆସିଥିଲେ ସୁର୍ଦଶନ ଓ ତାଙ୍କ ଭାଇ-ଭାଉଜ । ରାତି ପାହିଲେ ପୂଜା ପାଠ ହୋଇଥାନ୍ତ,  ସେଥିପାଇଁ ବି ପୂଜା ସାମଗ୍ର କିଣାସାରଥିଲା । କିନ୍ତୁ ହଠାତ୍‌ ରାତିରେ ସେ ଶୋଇଥିବା କମ୍ବଳକୁ ନେଇ ନିକଟସ୍ଥ ଜଙ୍ଗଲ ଆଡେ ଚାଲିଯାଇଥିଲା ।

ଘରୁ ହଠାତ୍‌ ଗାଏବ ହୋଇଯିବା ପରେ ସୁଦର୍ଶନଙ୍କୁ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ କୌଣସି ପତ୍ତାମିଳିନଥିଲା । ତେବେ ଗତକାଲି ଗାଁ କିଛି ମହିଳା ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଗଛରେ ଝୁଲୁଥିବା ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ସ୍ଥାନୀୟ ସରପଞ୍ଚକୁ ଜଣାଇଥିଲେ , ପରେ ସରପଞ୍ଚ ସଦର ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛଦ ପାଇଁ ପଠାଇଛି । ଲଗାଣ ବର୍ଷା ଯୋଗୁଁ ଶବଟି ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.