ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ପଡିଛି ବିଅର ବୋତଲ

Published By : Prameya-News7 Bureau | July 03, 2021 IST

ରାଇରଙ୍ଗପୁର, ୦୩|୦୭:  ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଲେବର କଲୋନୀ ନିକଟ ସତସଙ୍ଗ କେନ୍ଦ୍ର ସମ୍ମୁଖରେ ।

ମୃତ ଯୁବକ ହେଲେ ପୁରୀ ଜିଲ୍ଲା କଣାସ ବ୍ଲକ ବଳଭଦ୍ରପୁର ଗ୍ରାମର କାବୁଲା ସାମନ୍ତରାୟ। ସକାଳୁ ସ୍ଥାନୀୟ ଲୋକେ କାବୁଲାର ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। କାବୁଲା ଗୋରୁମହିଷାଣି ଲୌହଖଣିରେ ମେସିନ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ।

ଶୁକ୍ରବାର ରାତି ୧୦ଟା ରେ ରହୁଥିବା ମେସରୁ ବାହାରି ଆଉ ଫେରି ନଥିଲେ । ତେବେ ଘଟଣା ସ୍ଥଳରେ କିଛି ବିଅର ବୋତଲ ପଡିଥିବା ଦେଖିବାକୁ ମିଳିଛି। ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ୍‌କୁ ମଧ୍ୟ ଡକାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.