ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ, ଗୁଣି ଗାରେଡି ସନ୍ଦେହରୁ ହତ୍ୟା !

Published By : Prameya-News7 Bureau | July 19, 2021 IST

ବଲାଙ୍ଗୀର ୧୯।୦୭ : ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକଙ୍କ ନାମ ନିତ୍ୟା ଭୋଇ ବୋଲି ଜଣାପଡିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ବରମାଳ ଗାଁରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ବରମାଲ ଗାଁରୁ ନିତ୍ୟା ଭୋଇଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଯାହାର ଖବର ପୋଲିସ ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ । ତେବେ ବୃଦ୍ଧଙ୍କ ମୃତ୍ୟୁ କିପରି ହେଲେ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଗୁଣିଗାରେଡି ସନ୍ଦେହରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପୋଲିସର ତଦନ୍ତ ପରେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.