ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ହେବ ଥିଲେ ନିଖୋଜ

Published By : Prameya-News7 Bureau | March 10, 2020 IST

କଣ୍ଟାବାଞ୍ଝି ୧୦।୩: ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଟିଟିସିଲେଟ ଗାଁ ସିପୋମୁଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ଜଣଙ୍କ ହେଲେ ଟିଟିସିଲେଟ ଗାଁର ଭାରତୀ ଭୋଇ ।  

{"id":236024,"sizeSlug":"large"}

ସୂଚନାଯୋଗ୍ୟ ଯେ, ପାରିବାରିକ କଳହ ଯୋଗୁଁ ଭାରତୀ ଭୋଇ ଗତ ୮ ତାରିଖରୁ କେଉଁଆଡେ ପଳାଇଯାଇଥିଲେ । ପରିବାର ଲୋକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ ।

{"id":236025,"sizeSlug":"large"}

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.