ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମଙ୍ଗଳବାର ସନ୍ଧ୍ୟାରୁ ଥିଲେ ନିଖୋଜ
11/03/2020 at 12:29 PM

ଚାନ୍ଦବାଲି ୧୧।୩: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଭଦ୍ରକ ଜିଲ୍ଲା ଚଡଦିଆ ଗାଁର କୁଳମଣୀ ସୁତାର । ମଙ୍ଗଳବାର ସନ୍ଧ୍ୟାରୁ ଯୁବକ ନିଖୋଜ ଥିଲେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚଡଦିଆ ଗ୍ରାମର ଜଗ ସୁତାରଙ୍କ ବଡ ପୁଅ କୁଳମଣୀ ସୁତାର କୌଣସି କାରଣରୁ ମଙ୍ଗଳବାର ସନ୍ଧ୍ୟାରୁ ଘରୁ ରାଗି କେଉଁଆଡକୁ ଚାଲିଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।

ବୁଧବାର ସକାଳୁ ଚଡଦିଆ ବଜାରରେ ଥିବା ତାଙ୍କ ନିଜସ୍ଵ ମହାବୀର ଫର୍ଣ୍ଣିଚର ଦୋକାନରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇ ବାଂଶଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି । ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବାରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ କହିଛନ୍ତି ।