ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
19/12/2020 at 6:06 PM

ସାଲେପୁର୧୯/୧୨: ଚିତ୍ରୋତ୍ପଳା ନଦୀ ପଠାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।ମିଳିଥିବା ସୂଚନା ମୁତାବକ, ଗତକାଲି ଠାରୁ ଯୁବକ ଜଣଙ୍କ ନିଖୋଜ ଥିଲେ। ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
ଏପଟେ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି ପଞ୍ଚାୟତର ତିତ୍ରୋତ୍ପଳା ନଦୀ ପଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି।ମୃତ ଯୁବକ ହେଲେ ମାଛୁଆତି ଗାଁର କାର୍ତ୍ତିକ କାଣ୍ଡିଙ୍କ ପୁଅ ରାକେଶ କାଣ୍ଡି।ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି।