ଅଲାରନାଥଙ୍କ ପୀଠରେ ଝୁଲଣଯାତ୍ରା

Published By : Prameya-News7 Bureau | August 23, 2018 IST

ପୁରୀ ୨୩/୮ : ଅଲାରନାଥଙ୍କ ପୀଠରେ ଝୁଲଣଯାତ୍ରା ଆରମ୍ଭ । ଝୁଲଣ କୁଞ୍ଜରେ ମହାପ୍ରଭୁଙ୍କ ଝୁଲିବା ଦୃଶ୍ୟ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଲୋକେ । ମହାପ୍ରଭୁଙ୍କ ଦ୍ବାର ଫିଟା, ମଙ୍ଗଳ ଆଳତୀ, ଅବକାଶ ବେଶ, ବଲ୍ଲଭ ଧୂପ ଆଦି ନୀତି ସରିବା ପରେ ପୁରୋହିତମାନେ ଝୁଲଣ ମଣ୍ଡପରେ ଝୁଲଣ ମଣ୍ଡପରେ ହୋମ ନୀତି ସଂପୂର୍ଣ୍ଣ କରିଥିଲେ । ସକାଳ ଧୂପ ପରେ ଶ୍ରୀଜିଉଙ୍କ ବିଜୟ ବିଗ୍ରହ ମଦନମୋହନ, ଲକ୍ଷ୍ମୀ, ସରସ୍ବତୀଙ୍କୁ ସିଂଘାରି ସେବକମାନେ ଝୁଲଣ ବେଶ କରାଇ ଝୁଲଣ ମଣ୍ଡପରେ ବସାଇଥିଲେ । ମହାପ୍ରଭୁଙ୍କ ଏହି ଦୁର୍ଲଭ ଦୃଶ୍ୟକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ବିଶେଷ କରି ସାଂସ୍କୃତିକ କାର୍ଯ୍ୟକ୍ରମ ମୟୁରନୃତ୍ୟ, ଓଡିଶୀ ନୃତ୍ୟ, ରାସ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ପ୍ରତ୍ୟକ ସଂଧ୍ୟରେ ପାଲା, ଦାସକାଠିଆ, ଗୋଟିପୁଅ ନୃତ୍ୟ, ଓଡିଶୀ ନୃତ୍ୟ ଆଦି ପରିବେଷଣ କରାଯିବ । ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ଝୁଲଣ ପର୍ବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.