ବ୍ରହ୍ମଗିରିରେ ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭ

Published By : Prameya-News7 Bureau | August 22, 2018 IST

ପୁରୀ ୨୨/୮:ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭl ଝୁଲଣ କୁଞ୍ଜରେ ଝୁଲିବେ ମହାପ୍ରଭୁ ଅଲାରନାଥl ଆଜି ଭୋରରୁ ମହାପ୍ରଭୁଙ୍କ ସମସ୍ତ ନୀତିକ୍ରାନ୍ତି ସରିବା ପରେ ଝୁଲଣ ବେଦିରେ ହୋମ ନୀତି ସମ୍ପୂର୍ଣ୍ଣ ହୋଇଛିl ମହାପ୍ରଭୁଙ୍କର ଦ୍ଵିପ୍ରହର ଧୂପ ଏବଂ ଏକାଦଶୀ ବେଢା ନୀତିରେ ବେଢା ପରିକ୍ରମା କରିସାରିବା ପରେ ମହାପ୍ରଭୁ ଝୁଲଣ କୁଞ୍ଜକୁ ବିଜେ କରିବେl ସନ୍ଧ୍ୟାରେ ଏହି ଅପୁର୍ବ ଝୁଲଣ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଲାଗିବl ଏହି ଯାତ୍ରା ୫ଦିନ ଧରି ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.