Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଲଳିତକଳା ଏକାଡେମୀ ପକ୍ଷରୁ ଝୋଟି ପ୍ରତିଯୋଗିତା ଆୟୋଜିତ, ପୁରସ୍କୃତ ହେଲେ ପ୍ରତିଯୋଗୀ

8/10/2021 at 5:00 PM

କୋରାପୁଟ, ୦୮/୧୦: ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ କରୋପୁଟ୍‌ ଜିଲ୍ଲାରେ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇଛି । ରାଜ୍ୟରେ ଝୋଟି କଳା ଦିନକୁ ଦିନ ବିଲୁପ୍ତ ହୋଇଯାଉଥିବାରୁ ଏହାକୁ ଉଜ୍ଜିବିତ କରିବା ପାଇଁ ପ୍ରୟାସ କରାଯାଉଛି । ଆଜି ଓଡ଼ିଶା ଲଳିତକଳା ଏକାଡେମୀ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପଦ୍ମପୁର ଗ୍ରାମରେ ଏକ ଝୋଟି ଚିତ୍ର ପ୍ରତିଯୋଗିତା ସ୍ଥାନୀୟ ପ୍ରଶାସନର ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ପଦ୍ମପୁର ଗ୍ରାମର ୧୦୮ ଜଣ ନାରୀ ଶିଳ୍ପୀ ସେମାନଙ୍କ ଘର ସମ୍ମୁଖ ବାରଣ୍ଡାରେ ସୁନ୍ଦର ଝୋଟି ଅଙ୍କନ କରିଥିଲେ । ଏକ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମନୋନୀତ ୩ ଜଣ ଦକ୍ଷ ଶିଳ୍ପୀଙ୍କୁ ତାଙ୍କର ସର୍ବୋକୃଷ୍ଟ ଝୋଟି ନିମନ୍ତେ ପୁରସ୍କୃତ କରାଯାଇଥିଲା ।

ପୁରସ୍କାର ବିତରଣ ଉତ୍ସବରେ ଲଳିତକଳା ଏକାଡେମୀର ସଭାପତି ଡକ୍ଟର ସୁଦର୍ଶନ ପଟ୍ଟନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଦ ଭୂଷଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ବିଡିଓ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ଏହି ପ୍ରତିଯୋଗିତା ଆୟୋଜନରେ ବିଶେଷ ସହାଯ୍ୟ କରିଥିଲେ ।  

   Related Posts