ଫିଲ୍ମ ସୁଟିଂ ସମୟରେ ଜନ୍ ଆବ୍ରାହମ୍ ଆହତ, ଡାହାଣ ହାତରେ ଲାଗିଛି ଆଘାତ
24/12/2020 at 8:32 PM

ବାରଣସୀ ୨୪/୧୨: ଫିଲ୍ମ ସୁଟିଂ ବେଳେ ଅଭିନେତା ଜନ୍ ଆବ୍ରାହମଙ୍କୁ ଆଘାତ ଲାଗିଛି। ଜନ୍ଙ୍କ ଡାହାଣ ହାତରେ ଆଘାତ ଲାଗିଥିବାରୁ ଚି୍କିତ୍ସା ପାଇଁ ସେ ହସ୍ପିଟାଲରେ ପହଞ୍ଚିଥିଲେ । ବାରଣସୀର ଚିତଇପୁର ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକ୍ତର ଫାଷ୍ଟ ଏଡ୍ କରି ଜନ୍ଙ୍କୁ ଆଶ୍ବସ୍ତି ଦେଇଥିବା ଜଣାପଡ଼ିଛି।
ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଜନ୍ ଆବ୍ରହମ। ଗୁରୁବାର ଫିଲ୍ମର ସୁଟିଂ କରୁଥିଲେ ଜନ୍ ।ଏହି ସମୟରେ ଜନ୍ଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା। ତେଣୁ ସେ ପାଖରେ ଥିବା ଡାକ୍ତରଖାନା ଯାଇଥିଲେ।
ଡାକ୍ତର ତାଙ୍କ ହାତର ଏକ୍ସ ରେ ମଧ୍ୟ କରିଥିବା ଜଣାପଡ଼ିଛି। ଏକ୍ସ ରେ ରିପୋର୍ଟରେ ଜନ୍ଙ୍କ ହାତରେ କିଛି ଡ୍ୟାମେଜ୍ ନେଇ ସଂକେତ ମିଳିନାହିଁ। ଡାକ୍ତର କେବଳ ବ୍ୟାଣ୍ଡେଜ୍ କରି ତାଙ୍କୁ ଫେରାଇଛନ୍ତି। ହସ୍ପିଟାଲରେ ପାଖାପାଖି ଏକ ଘଣ୍ଟା ରହି ସେ ଫେରିଛନ୍ତି। ଏହା ପୂର୍ବରୁ ଫିଲ୍ମର ପ୍ରଥମ ଭାଗ ସୁଟିଂ ସମୟରେ ଜନ୍ ଆହତ ହୋଇଥିଲେ।