Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କେନ୍ଦୁଝରରେ ଗଛପତ୍ରରେ ଚରିଗଲେଣି ଝିଣ୍ଟିକା, ଚିନ୍ତାରେ ଚାଷୀ

1/06/2020 at 9:23 PM

କେନ୍ଦୁଝର, ୦୧|୦୬: କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ମାଳ ମାଳ ଝିଣ୍ଟିକା ଦେଖିବାକୁ ମିଳୁଛି । ଜିଲ୍ଲାର ଉଖୁଣ୍ଡା ଅଞ୍ଚଳର  ପଙ୍ଗପାଳ ଆଶଙ୍କାରେ ଚାଷୀ ଭୟଭୀତ ଅବସ୍ଥା ରେ ଥିବା ବେଳେ ଝିଣ୍ଟିକା ଗୁଡିକ ଗଛର ଡାଳ ପତ୍ର ଖାଇ ନଷ୍ଟ କରୁଛନ୍ତି।

ପାକିସ୍ତାନ ରୁ ଭାରତ କୁ ପଙ୍ଗପାଳ ମାଡି ଆସୁଥିବାରୁ ଅଞ୍ଚଳର ଚାଷୀ ଆତଙ୍କିତ ହୋଇ ପଡିଛନ୍ତି । କୃଷି ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି ।

ଏଣେ ପଙ୍ଗପାଳ ଭୟରେ ସୀମାବର୍ତ୍ତି ଜିଲ୍ଲାର ଚାଷୀ ଭୟଭୀତ ହେଲେଣି। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ାରେ ଚାଷୀମାନଙ୍କ ଭିତରେ ସଚେତନା ପାଇଁ କୃଷି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । କୃଷି ବିଭାଗ ପକ୍ଷରୁ ପଙ୍ଗପାଳ ମୁକାବିଲା ନେଇ ଏସଓପି ଜାରି କରାଯାଇଛି। ସର୍ଭେ ପାଇଁ ଟିମ ଗଠନ କରାଯାଇଛି । ଏହି ଟିମରେ ଜଣେ କୀଟତତ୍ତ୍ବବିତ ଅଛନ୍ତି।

ଏମାନେ କେଉଁ ଅଞ୍ଚଳରେ ପଙ୍ଗପାଳ ରହିଛନ୍ତି ମ୍ୟାପିଂ କରି ସରାକରଙ୍କୁ ରିପୋର୍ଟ ଦେବେ । ସେଥିପାଇଁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେବେ । କୀଟନାଶକ ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ପଙ୍ଗପାଳଙ୍କ ମୁକାବିଲା ନେଇ ନୋଡାଲ ଅଫିସରଙ୍କୁ ତାଲିମ ଦିଆଯାଇଛି।

   Related Posts