Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ସଂପର୍କରେ ଲାଗିଲା କଳଙ୍କର ଟିକା: ଭିନ୍ନକ୍ଷମ ନାବାଳିକା ଝିଆରୀକୁ ଦୁଷ୍କର୍ମ କଲା କକା

8/01/2021 at 9:46 AM

ରାଇରଙ୍ଗପୁର୮/୧: ସମ୍ପର୍କରେ ଲାଗିଲା କଳଙ୍କର ଟୀକା। ନାବାଳିକା ଭିନ୍ନକ୍ଷମ ଝିଆରୀକୁ ଦୁଷ୍କର୍ମ କରି କକା ଗିରଫ।ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କୁଲଡିହା ଗାଁରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ପୀଡିତା ନାବାଳିକାଙ୍କ ପରିବାର ଲୋକେ ଘର ନିକଟ ଖୋଳାରେ ଧାନ ପିଟିବା କାମ କରୁଥିଲେ। ଖୋଳାରେ ପୀଡିତା ନାବାଳିକା ନିଜର ନାବାଳକ ଭଉଣୀ ସହିତ ଖେଳୁଥିଲା।

ଧାନଗଦା ନିଟକରେ କକା ଝିଆରୀ ସହ ଦୁଷ୍କର୍ମ କରିଥିଲା। କାହାକୁ କହିଲେ ଜୀବନରୁ ମାରି ଦେବ ବୋଲି କକା ଧମକ ଦେଇଥିଲା। ତେବେ ପୀଡିତାର ନାବାଳକ ଭାଇ ଭାଇ ଏ ସବୁ ଘଟଣା ଦେଖିଥିଲା। ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ଏହି ଘଟଣାକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଅଭିଯୁକ୍ତ ପୀଡିତାର ମାଆକୁ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନ ଥିଲା। ପରେ ଗ୍ରାମର ୱାର୍ଡ ମେମ୍ବରଙ୍କ ସାହାଯ୍ୟରେ ପୀଡିତାର ମାଆ ଗୋରୁମହିଷାଣି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ କକାକୁ ଗିରଫ କରିଛି।ତେବେ ଅଭିଯୁକ୍ତ କକା ମଧ୍ୟ ନାବାଳକ ବୋଲି ତଦନ୍ତରୁ ଜାଣିବାକୁ ପାଇଛି। ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଦଳ ଆସୁଥିବା ସୂଚନା ମିଳିଛି।

   Related Posts