୮ ମାସର ଝିଅ ସାମ୍ନାରେ ମାଆକୁ ହତ୍ୟା- ରାତିସାରା ଜଙ୍ଗଲରେ ଶବ ପାଖରେ କାନ୍ଦୁଥିବା କୁନି ଝିଅ ଉଦ୍ଧାର

Published By : Prameya-News7 Bureau | February 14, 2020 IST

ଜୟପୁର ୧୪।୦୨ --୮ ମାସର ଝିଅ ସାମ୍ନାରେ ମାଁକୁ ଅତି ଅମାନୁଷିକ ଭାବେ ହତ୍ୟା।ହତ୍ୟା ପରେ ମହିଳାଙ୍କ ଶବକୁ ଜଂଗଲରେ ଫିଙ୍ଗି ଚାଲିଗଲେ ଦୁର୍ବୁତ୍ତ।ହେଲେ ମାଁର ଶବ ପାଖରେ ରାତି ସାରା କୁନି ଝିଅଟି କାନ୍ଦୁଥିବା ବେଳେ ଆଜି ସକାଳୁ ତାକୁ ଉଦ୍ଧାର କରିଛି ପୋଲିସ।ଘଟଣା ଘଟିଛି ଜୟପୁର ନିକଟସ୍ଥ କୁମ୍ଭାରପୁଟ ନିକଟରେ।ମୃତ ମହିଳାଙ୍କ ପରିଚୟ ମିଳି ପାରିନଥିବା ବେଳେ ହତ୍ୟାକାଣ୍ଡର କାରଣ ବି ଅସ୍ପଷ୍ଠ ରହିଛି।ତେବେ ସାଇଣ୍ଟିଫିକ ଟିମ ପହଁଚି ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାର କୁନି ଝିଅଟିର ସ୍ବାସ୍ଥ ଅବସ୍ଥା ସ୍ଥିର ଅଛି।ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଠି କରିଛି।

ମାନବ ପଣିଆକୁ ଲଜ୍ୟା...।ଘଟଣାକୁ ଯେତେ ନନ୍ଦା କଲେ ବି କମ୍ ହେବ।୮ ମାସର ଶିଶୁ କନ୍ୟା ସାମ୍ନାରେ ମାଁକୁ ଅତି ଅମାନୁଷିକ ଭାବେ ହତ୍ୟା କଲେ ଦୁର୍ବୁତ୍ତ।ଆଉ ହତ୍ୟା ପରେ ଶବକୁ ଜଂଗଲରେ ଫିଙ୍ଗି ଦେଇ ଚାଲିଗଲେ ଦୁର୍ବୁତ୍ତ।ଏପରି ଘଟଣା ଘଟିଛି ଜୟପୁର ନିକଟସ୍ଥ କୁମ୍ଭାରପୁଟ ନିକଟରେ।ହେଲେ ସବୁଠୁ ହୃଦୟ ବିଦାରକ ଥିଲା ମାଁର ମୃତ ଦେହ ପାଖରେ ୮ ମାସରେ ଏହି କୁନି ଝିଅଟି ରାତି ସାରା କାନ୍ଦୁଥିବାର ଦୃଶ୍ୟ।ସମସ୍ତଙ୍କୁ ଏହା ଚକିତ କରିଥିଲା।ଏହା ଘଟଣା ସ୍ଥଳରେ ସୃଷ୍ଠି କରିଥିଲା ଶୋକାକୁଳ ପରିବେଶ।ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଗତ ରାତିରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି।ହେଲେ ହତ୍ୟାକାଣ୍ଡ ପଛର କାରଣ ବି ଅସ୍ପଷ୍ଠ ରହିଛି।ମହିଳାଙ୍କ ବେକରେ ଗୋଟିଏ ଗାମୁଛା ବନ୍ଧା ଯାଇଥିବା ବେଳେ ତାଙ୍କ ଶବ ନିକଟରୁ ମଦ ବୋତଲ ଓ ଚପଲକୁ ଜବତ କରିଛି ବୋରିଗୁମ୍ମା ପୋଲିସ।ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଁଚି ଘଟଣାର ତଦନ୍ତ କରୁଥିବା ବେଳେ ଉଦ୍ଧାର ହୋଇଥିବା ଝିଅଟିକୁ ବୋରିଗୁମ୍ମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଝିଅର ଶରୀରରେ କ୍ଷତ ଚିହ୍ନଥିବା  ବେଳେ ଏବେ କିନ୍ତୁ ଝିଅଟିର ଜୀବନ ବିପଦ ମୁକ୍ତ ଥିବା କହିଛନ୍ତି ଡାକ୍ତର।ସୁସ୍ଥ ହେବା ପରେ ଝିଅଟିକୁ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା ଏସ.ଡି.ପି.ଓ।

-ବୋରିଗୁମ୍ମା କୋରାପୁଟ ବାଇପାସ ରାସ୍ତାରେ ସକାଳୁ ସକାଳୁ କିଛି ଲୋକ ନିଜ ଚାଷ ଜମିକୁ ଯାଉଥିବା ବେଳେ ପାଖରେ ଥିବା ନୀଳଗରି ଜଂଗଲରେ ଏକ ଛୁଆ କାନ୍ଦୁଥିବା ଦେଖିଥିଲେ।ତେଣୁ ଛୁଆ ପାଖକୁ ଯିବା ପରେ ଦେଖିବାକୁ ପାଇଥିଲେ ମହିଳାଙ୍କ ମୃତ ଦେହ।ସଙ୍ଗେ ସଙ୍ଗେ ପ୍ରତ୍ୟକ୍ଷଦର୍ଶୀ ମାନେ ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ।ଆଉ ଘଟଣା ସ୍ଥଳରେ ପହଁଚିଥିଲା ବୋରିଗୁମ୍ମା ପୋଲିସ ଓ ଅଗ୍ନିଶ୍ରମ ବିଭାଗ।ଅଗ୍ନିଶ୍ରମ ବିଭାଗ ପ୍ରଥମେ ଶିଶୁ କନ୍ୟାକୁ ଉଦ୍ଧାର କରି ବୋରିଗୁମ୍ମା ଡାକ୍ତରଖାନାରେ ଭର୍ତି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.