ବଡ ଝିଅକୁ ଖେଳିବାକୁ ଛାଡି ଦେଇ କବାଟ କିଳିଲେ: ୭ ମାସର ଝିଅକୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

Published By : Prameya-News7 Bureau | December 19, 2020 IST

କଟକ୧୯/୧୨:  ବୀଭତ୍ସ ହତ୍ୟା। ଧାରୁଆ ଅସ୍ତ୍ରରେ ୭ ମାସ ଝିଅର କଅଁଳ ହାତ-ଗୋଡ-ବେକ କାଟି ହତ୍ୟା କରିଛି ଜନ୍ମକଲା ମାଆ। ଝିଅକୁ ହତ୍ୟା କରିବା ନିଜେ ଆତ୍ମହତ୍ୟା କଲା ମାଆ। ଝିଅକୁ କାହିଁକି ହତ୍ୟା କଲା ଏବଂ ନିଜେ କାହିଁକି ଆତ୍ମହତ୍ୟା କଲା, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ପୋଲିସ୍ ତଦନ୍ତ ଚଳାଇଛି।ମାନସିକ ଭାରସାମ୍ୟ ହରାଇ ମାଆ ହତ୍ୟା କରିଥିବା କୁହାଯାଉଛି। କଟକ ସେଲଟର ଛକସ୍ଥିତ ଏସ ବି ଆଇ କୋଲନୀ ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ ଆଜି ଉଭୟ ମା ଓ ୭ ମାସର ଝିଅ ବୈଷ୍ଣବୀର ମୃତହେଦ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ଲାଗି ଏସ ସି ବିକୁ ପଠାଯାଇଛି ।

{"id":379691,"sizeSlug":"large","linkDestination":"none"}

ଆତ୍ମହତ୍ୟା କରିଥିବା ମହିଳା ହେଲେ ବନସ୍ମିତା ଓଝା ।ମୃତ ୭ ମାସର ଝିଅ ହେଲେ ବୈଷ୍ଣବୀ। ଗତକାଲି ରାତିରେ ଫରେନସିକ ଟିମ୍ ସମସ୍ତ ଯାଞ୍ଚ କରିଥିଲେ। ଆଜି ବିଡନାଶୀ ପୋଲିସ ପହଞ୍ଚି ଆତ୍ମହତ୍ୟା କରିଥିବା ମା ଓ ହତ୍ୟାର ଶିକାର ହୋଇଥିବା ୭ ମାସର ଝିଅକୁ ଉଦ୍ଧାର କରିଛି। ପ୍ରଥାମିକ ତଦନ୍ତ ମିଳିଥିବା ସୂଚନା ଅନୁସାରେ ମୃତ ଝିଅଟି ଜନ୍ମ ହେବା ଦିନ ଠାରୁ ମସ୍ତିଷ୍କ ଜିନିତ ସମସ୍ୟା ରହିଥିଲା । ଏପିରି କି ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ନିଜ ଝିଅର ଚିକିତ୍ସା ପାଇଁ ଚିନ୍ତାରେ ରହୁଥିବା ମା' ବନସ୍ମିତା ମାନସିକ ଭାରସାମ୍ୟ ହରାଇ ଏଭଳି ଅଘଟଣ କରିଥିବା ଏଡିସିପି କହିଛନ୍ତି ।

{"id":379692,"width":559,"height":1172,"sizeSlug":"large","linkDestination":"none"}

ଗତକାଲି ସମୟ ପାଖାପାଖି ଦିନ ୨ଟା । ବନସ୍ମିତା ତାଙ୍କ ବଡ ଝିଅକୁ ପାଖ ପୋଡଶୀ ଘରକୁ ଖେଳିବାକୁ ଛାଡି ଦେଇଥିଲେ । ଏହାପରେ ଘର ଭିତରୁ ଲକ୍‌ କରିଥିଲେ । ୫ଟା ବେଳେ ବଡ ଝିଅ ଘରକୁ ଫେରିଥିବା ବେଳେ କେହି କବାଟ ଖୋଲିନଥିଲେ । ଯାହାଫଳରେ ସନ୍ଦେହ ସୃଷ୍ଟି ହେବା ପରେ ଏହି ଅଭାବନୀୟ ଘଟଣା ସମ୍ମାନାକୁ ଆସିଥିଲା। ତେବେ ମାନସିକ ବିଶେଷଜ୍ଞ ମାନେ ଏହି ଭଳି ମାନସିକତା ରହୁଥିବା ରୋଗୀଙ୍କୁ ଫିଲିସାଇଡ ବୋଲି କୁହାଯାଇଥାଏ । ରିସର୍ଚ୍ଚ ଅନୁସାରେ ୪୦ରୁ ୭୦ ପ୍ରତିଶତ ଲୋକେ  ମାନସିକ ସମସ୍ୟା ରହିଥାଏ । ଏ ଭିତରେ ଅନେକ କିଛି ଅଭିଭାବକ ନିଜର ପୁଅ କି ଝିଅର ସ୍ୱାସ୍ଥ୍ୟ ଜନିତ ସମସ୍ୟା ବା ରୋଗକୁ ନେଇ ଅନେକ ଚିନ୍ତାରେ ରହିଥାନ୍ତି । ଯାହାଫଳରେ ଏଭଳି ହତ୍ୟା କରି ନିଜେ ଅତ୍ମହତ୍ୟା କରିବାର ନଜିର ରହିଥିବା କୁହନ୍ତି ଡାକ୍ଟର ସମ୍ରାଟ କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.