ସାବତ ମାଆ ସାଜିଲା ପିଶାଚୀ : ଝିଅକୁ ନିର୍ମମ ଭାବେ ତଣ୍ଟି ଚିପି କଲା ହତ୍ୟା, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 16, 2020 IST

ଉଦଳା ୧୬।୦୯: ମାଆ ସାଜିଲା ପିଶାଚୀ । ଝିଅକୁ ଅତି ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଛି ସାବତ ମାଆ । ଏଭଳି ଏକ ଘଟଣା ପୁରା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଘଟିଯାଇଛି ଏହି ଲୋମଟାଙ୍କୁରୀ ଘଟଣା ।

ପୂର୍ବରୁ ଝିଅ ସହିତ ଭଲ ସଂପର୍କ ନଥିଲା ସାବତ ମାଆର । ଶେଷରେ ମାଆ ସାଜିଗଲା ପିଶାଚୀ । ଝିଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଘର ଭିତରେ ଟାଙ୍ଗି ଦେଇଥିଲା ମାଆ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବାରହାଗଡି ଗ୍ରାମରେ ଘଟିଛି ଘଟଣା । ଗାଁର କାହ୍ନୁ ଟୁଡୁଙ୍କ ୧୧ ବର୍ଷର ଝିଅ ଝରଣା ଟୁଡୁଙ୍କ ସହିତ ତାର ସାବତ ମାଆ ସୁମିତ୍ରା ଟୁଡୁର ଭଲ ସଂପର୍କ ନଥିଲା । ତେବେ ଗତକାଲି ମଧ୍ୟାହ୍ନ ସମୟରେ ହଠାତ୍ ଝରଣାର ମୃତ୍ୟୁ ହୋଇଥିବା ତାର ସାବତ ମାଆ ଝରଣାର ବାପାଙ୍କୁ ଖବର ଦେଇଥିଲେ ।

ଝରଣାର ବାପା ଭୁବନେଶ୍ୱରରେ ରହୁଥିବା ବେଳେ ସେ ଖବର ପାଇ ଆସିଥିଲେ । ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ମୃତ ଝରଣାର ବେକରେ କଳାଦାଗ ରହିଥିବା ବେଳେ ତାକୁ ହତ୍ୟା କରାଯାଇ ଘର ଭିତରେ ବେକରେ ଲୁଗା ଲଗାଇ ଟାଙ୍ଗି ଦିଆଯାଇଥିବା ସେ ଜାଣିବାକୁ ପାଇଥିଲେ । ପରେ ଏ ନେଇ ଖୁଂଟା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ୍ ଖବର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା ।

ମୃତ ଝରଣାର ବାପାଙ୍କ କହିବାନୁସାରେ, ପୂର୍ବରୁ ଝରଣା ଏବଂ ତାର ସାବତ ମାଆ ସୁମିତ୍ରା ମଧ୍ୟରେ ସଂପର୍କ ଭଲ ନଥିଲା ।  ବିଭିନ୍ନ ସମୟରେ ସୁମିତ୍ରା ଝରଣାକୁ ଖାଇବାକୁ ମଧ୍ୟ ଦେଉ ନଥିଲା । ଏପରି ଅବସ୍ଥାରେ ସାବତ ମାଆ ସୁମିତ୍ରା ଝିଅ ଝରଣାକୁ ତଣ୍ଟି ଚିପି ହତ୍ୟା କରିବା ପରେ ତାକୁ ଘର ଭିତରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଖୁଣ୍ଟା ପୋଲିସ୍ ଅଭିଯୁକ୍ତ ସାବତ ମାଆ ସୁମିତ୍ରାକୁ ଗିରଫ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.