ବାପା ତୁମେ ଛାଡି ଚାଲିଗଲ ! କରୋନାରେ ମୃତ ପିତାଙ୍କ ଚିତାକୁ ଡେଇଁ ପଡିଲା ଝିଅ, ଜଳିଗଲା ଅଧା ଶରୀର

Published By : Prameya-News7 Bureau | May 06, 2021 IST

ବାରମେର, ୦୬/୦୫: ବାପାର ଚିତାକୁ ଡେଇଁ ପଡିଲା ଝିଅ । ରାଜସ୍ଥାନର ବାରମେର ଜିଲା ଅନ୍ତର୍ଗତ ରାୟ କଲୋନୀରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି । ସେଠାରେ କରୋନା ଯୋଗୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ସେଥିରେ ମ୍ରିୟମାଣ ହୋଇ ତାଙ୍କ ଝିଅ ତାଙ୍କ ଚିତା ଉପରକୁ ଡେଇଁ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ରାୟ କଲୋନୀର ଦାମୋଦର ଶାରଦା( ୭୩ ବର୍ଷ)ଙ୍କର ଗତକାଲି କରୋନା ଯୋଗୁ ମୃତ୍ୟୁ ହୋଇଥିଲା । ଅପରାହ୍ଣରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାର ଦେଖିବା ପାଇଁ ଶ୍ମଶାନକୁ ଯିବା ପାଇଁ ତାଙ୍କର ଜଣେ ଝିଅ ଚନ୍ଦ୍ରକଳା( ୩୪ ବର୍ଷ) ଜିଦ୍‌ କରିଥିଲେ । ଏହାଯୋଗୁ ତାଙ୍କ ପରିବାର ଲୋକ ସେଥିପାଇଁ ସମ୍ମତି ଦେଇଥିଲେ । ତେବେ ପିତାଙ୍କ ଚିତା ଜଳୁଥିଲାବେଳେ ସେ ହଠାତ୍‌ ସେଇ ଚିତା ଉପରକୁ ଡେଇଁ ପଡିଥିଲେ ।

ତାଙ୍କର ଅନ୍ୟ ଜଣେ ଭଉଣୀ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ପୁଣି ଥରେ ଚିତା ଉପରକୁ ଡେଇଁ ପଡିଥିଲେ । ଶ୍ମଶାନରେ ନିୟୋଜିତ କର୍ମଚାରୀ ଓ ଅନ୍ୟ କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ତାଙ୍କ ଦେହର ୬୦% ଅଂଶ ଜଳିଯାଇଛି । ତାଙ୍କୁ ପରେ ବାରମେରରୁ ଯୋଧପୁର ହସ୍ପିଟାଲକୁ ପଠାଯାଇଥିବାର ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.