Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ହାତରୁ ମୋବାଇଲ ଛଡାଇନେଲା ମାଆ, ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲା ଝିଅ

5/08/2021 at 7:38 AM

ରାଉରକେଲା, ୦୫|୦୮:  ମୋବାଇଲ ପାଇଁ ୧୪ ବର୍ଷ ନାବାଳିକାର ଆତ୍ମହତ୍ୟା । ଘରେ କେହି ନଥିବା ବେଳେ ନିଜ ଦେହରେ କିରୋସିନି ଢ଼ାଳି ନିଜ ନିଆଁ ଲଗାଇ ଆତ୍ମହତ୍ୟା କରିଛି ନାବାଳିକା । ଏପରି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସେକ୍ଟର ୩ ଅଞ୍ଚଳରେ ।

ପ୍ରାଣ ହରାଇଥିବା ନାବାଳିକା ହେଲେ  କାଦମ୍ବିନୀ ଦୀପ୍‌ । ସୂଚନାନୁସାରେ, କାଦମ୍ବିନୀ ସେକ୍ଟର-୩  କ୍ବାର୍ଟର ନମ୍ବର ୧୦ରେ ରହୁଥିଲେ । ତାଙ୍କ ବାପା ସଦନନ୍ଦ ଦୀପ  ଏଜଜ୍ୟୁକେଟିଭ ଆସୋସିଏସନରେ କେୟାର ଟେକର ଭାବରେ କାମ କରନ୍ତି । ତେବେ ଝିଅ କାଦମ୍ବିନୀ ଦୀପ୍‌   ବାରମ୍ବାର ମୋବାଇଲରେ ଗେମ ଖେଳୁଥିଲେ । ବାପା  ଓ ମାଆ ଏତିପାଇଁ ବାରମ୍ବାର ବାରଣ କରୁଥିଲେ।  କିନ୍ତୁ ବାପ ମାଆଙ୍କ ତାଗିଦକୁ ମାନୁନଥିଲା  ଝିଅ।

ଏପରିକି ବୁଧବାର ସଂଧ୍ୟାରେ ନାବାଳିକା ଝିଅ ମୋବାଇଲ ଖେଳୁଥିବା ସମୟରେ ମାଆ ପାଟି କରିବା ସହ ହାତରୁ ମୋବାଇଲ ଛଢ଼ାଇ ନେଇଥିଲେ.। ଏଥିରେ ରାଗିଯାଇ  ଘରେ କେହି ନଥିବା ସମୟରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ  ଉଦ୍ୟମ କରିଥିଲେ କାଦମ୍ବିନୀ । ଘର ଭିତରୁ ପ୍ରବଳ ଧୂଆଁ ବାହାରୁ ଥିବାର ଦେଖି ପଡ଼ୋଶୀ ପୋଲିସ ସହ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ । ପୋଲିସ ସହ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ନାବାଳିକାକୁ  ଉଦ୍ଧାର କରି ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ତେବେ ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିଲା । ଫଳରେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।  

   Related Posts