ପାକିସ୍ତାନକୁ ଝଟକା - କାଶ୍ମୀର ପ୍ରସଙ୍ଗରେ ତୁରନ୍ତ ମୁସଲିମ୍‌ଦେଶଙ୍କ ସମ୍ମିଳନୀ ଡାକିବାକୁ ମଙ୍ଗୁ ନାହିଁ ସାଉଦିଆରବ

Published By : Prameya-News7 Bureau | February 07, 2020 IST

ଇସଲାମାବାଦ ୦୭।୦୨- ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ ବାରମ୍ବାର ଅସଫଳତା ସ୍ୱାଦ ଚାଖିବାକୁ ପଡୁଛି । ଏବେ ମାଲେସିଆ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଥିବା ବେଳେ ତାଙ୍କୁ କାଶ୍ମୀର ପ୍ରସଙ୍ଗରେ ବାରମ୍ବାର ଅସଫଳତା ମିଳିଛି । ମାଲେସିଆ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେବା ପରେ ଏବେ ହରଡ ଘଣାରେ ପଡିଛି। ଭାରତ ମାଲେସିଆରୁ ପାମ୍‌ ଅଏଲ୍‌ ଆମଦାନୀ ବନ୍ଦ କରିଛି । ଏବେ ମାଲାସିଆ ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ଚେଷ୍ଟା କରୁଛି । ଭାରତ ମାଲେସିଆ ବଦଳରେ ଏବେ ଇଣ୍ଡୋନେସିଆରୁ ପାମ୍‌ ଅଏଲ୍‌ ଆମଦାନୀ କରୁଛି । ଏବେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଅରଗାନାଇଜେସନ୍‌ ଅଫ୍‌ ଇସଲାମିକ୍‌ କୋ ଅପରେସନ୍‌ ବା ଓଆଇସିର ଜରୁରୀ କାଳୀନ ବିଦେଶମନ୍ତ୍ରୀ ମାନଙ୍କର ବୈଠକ ଡାକିବା ପାଇଁ ଚେଷ୍ଟା କରୁଛି ।


ମାତ୍ର ସାଉଦି ଆରବ ଏଥିରେ ରାଜି ହୋଇ ନାହିଁ । ପାକିସ୍ତାନର ସବୁଠାରୁ ଲୋକ ପ୍ରିୟ ଖବର କାଗଜ ଦି ଡନ୍‌ରେ ଏହି ଖବର ପ୍ରକାଶିତ ହୋଇଛି । ଇସଲାମାବାଦ ବାରମ୍ବାର ଏହି ପ୍ରସଙ୍ଗରେ ବିଶ୍ୱ ସମୁଦାୟଠାରୁ ଅପଦସ୍ତ ହେବାପରେ ଓଆଇସିଠାରୁ ବି ସମର୍ଥନ ପାଉ ନ ଥିବା ଏଥିରେ ସୂଚନା ଦିଆଯାଇଛି । ଓଆଇସିରେ ୫୭ଟି ଦେଶ ସଦସ୍ୟ ରହିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ବି ତାଙ୍କ କଥା କେହି ଶୁଣୁ ନଥିବା କଥା କହିଛନ୍ତି । ଓଆଇସିରେ ମଧ୍ୟ ତାଙ୍କ ସମର୍ଥନ ମିଳୁନଥିବା କଥା କହିଛନ୍ତି । କାଶ୍ମୀରରୁ ଧାରା ୩୭୦ ଉଛେଦ ପରଠାରୁ ପାକିସ୍ତାନ ନିରବିଚ୍ଛିନ୍ନ ଭାବେ ଏହି ପ୍ରସଙ୍ଗରୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ଚେଷ୍ଟା କରୁଛି। ଚୀନ ପରେ ମାଲେସିଆ ଓ ତୁର୍କୀ ତାକୁ ସମର୍ଥନ ଦେଇଥିବା ବେଳେ ଅନ୍ୟ କୌଣସି ଦେଶ ତାକୁ ସମର୍ଥନ ଦେଇ ନାହାନ୍ତି ।

ଓଆଇସିରେ ସାଉଦିଆରବ ଓ ଗଲ୍ଫ ଦେଶମାନଙ୍କର ପ୍ରଭାବ ଅଧିକ । ସେଠାରୁ ଭାରତକୁ ଅଧିକ ସମର୍ଥନ ମିଳୁଛି। ଏହାକୁ ପାକିସ୍ତାନ ସହ୍ୟ କରି ପାରୁନାହିଁ ।

ସାଉଦିଆରବ ପାକିସ୍ତାନକୁ ମୁସଲିମ୍‌ ଦେଶମାନଙ୍କର ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ନ କରିବା ପାଇଁ ପରାମର୍ଶ ଦେଇଛି। ସାଉଦିଆରବ ପାକିସ୍ତାନକୁ ଏଥିରୁ ବିରତ ରହିବା ପାଇଁ ପ୍ରବର୍ତ୍ତାଇଥିଲା । ମାତ୍ର ପାକିସ୍ତାନ କୁଆଲାଲାମ୍ପୁର ଯିବା ପରେ ରିୟାଦ ବି ନିଜ ମତ ପରିବର୍ତ୍ତନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.