Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଶିବସେନାକୁ ଝଟକା – ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି

12/11/2019 at 8:06 PM

ମୁମ୍ବଇ ୧୨।୧୧- ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି । ୨୦ ଦିନ ଧରି ରାଜ୍ୟରେ ସରକାର ଗଠନ ପାଇଁ ଟଣାଓଟରା ଜାରି ରହିବା ପରେ ଶେଷରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି ।ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ରାଜ୍ୟପାଳ ସୁପାରିଶ କରିବା ପରେ କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ଅନୁମୋଦନ କରିଥିଲେ ।ଏହାପରେ ଏହାପରେ ଆଜି ସଂଧ୍ୟାରେ ରାଷ୍ଟ୍ରପତି ଏଥିରେ ମୋହର ମାରିଛନ୍ତି ।ଶିବସେନା ରାଜ୍ୟରେ ସରକାର ଗଢ଼ିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଥିବା ବେଳେ ରାଷ୍ଟ୍ରପତି ଶାସନ ଶିବସେନାକୁ ବଡ଼ ଝଟ୍‌କା ଦେଇଛି ।…

ଶିବସେନା ସରକାର ଗଠନ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଫଳ ହେବାପରେ ଏନ୍‌ସିପିକୁ ରାଜ୍ୟପାଳ ସମୟ ଦେଇଥିଲେ ।କିନ୍ତୁ ଏନ୍‌ସିପି ମଧ୍ୟ ସରକାର ଗଠନ କରିବା ପାଇଁ କୌଣସି ପ୍ରସ୍ତାବ ନ ଦେବାରୁ ଶେଷରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି ।

ଏହାପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିବା ସହିତ ରାଜ୍ୟରେ ସାମ୍ବିଧାନିକ ନିୟମ ଅନୁସାରେ ସରକାର ଗଠନ ମୁସ୍କିଲ ବୋଲି କହିଥିଲେ ।ଶିବସେନାକୁ ରାଜ୍ୟପାଳ ଏଥିପାଇଁ ୨୪ ଘଣ୍ଟା ସମୟ ଦେଇଥିବା ବେଳେ ଏହା ବିରୋଧରେ ଦଳ ସୁପ୍ରିମକୋର୍ଟ ଯାଇଛି ।ବିଜେପିକୁ ସରକାର ଗଠନ ପାଇଁ ୪୮ ଘଣ୍ଟା ସମୟ ଦିଆଯାଇଥିବା ବେଳେ ଶିବସେନାକୁ କାହିଁକି ୨୪ ଘଣ୍ଟା ମିଳିବ ତାହା ବିରୋଧରେ ଦଳ ସର୍ବୋଚ୍ଚ କୋର୍ଟକୁ ଯାଇଛି ।….

ମହାରାଷ୍ଟ୍ରରେ ସରକାର ଗଠନ  ପାଇଁ ଗତକାଲି ଭଳି ଆଜି ମଧ୍ୟ ଦିନସାରା ବେଶ୍ ଟଣାଓଟରା ଜାରି ରହିଥିଲା ।ଶିବସେନା ଓ ଏନ୍‌ସିପି ନେତାମାନେ ଏନେଇ ଆଲୋଚନା ଜାରି ରଖିଥିଲେ ।କିନ୍ତୁ କଂଗ୍ରେସ ପକ୍ଷରୁ ସମର୍ଥନ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା ।

ଏମିତି ସ୍ଥିତିରେ ଶିବସେନା ଓ ଏନ୍‌ସିପି କୁଆଡୁ ଆବଶ୍ୟକ ସଂଖ୍ୟା ପାଇବେ ତାକୁ ନେଇ ପ୍ରଶ୍ନ ଉଠିଥିଲା ।ଶିବସେନା ରାଷ୍ଟ୍ରପତି ଶାସନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିବା ବେଳେ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଦଳ ପକ୍ଷରୁ ମାମଲା ଲଢୁଛନ୍ତି ।ବିଜେପି ସହିତ ମିଶି ନିର୍ବାଚନ ଲଢ଼ିଥିବା ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ନେଇ 50-50 ଫର୍ମୁଲାରେ ଅଡ଼ି ରହିବାରୁ ସରକାର ହୋଇପାରିନଥିଲା ।ଏବେ ରାଷ୍ଟ୍ରପତି ଶାସନ ଜାରି ସହିତ ଶିବସେନାର ମୁଖ୍ୟମନ୍ତ୍ରୀ ପଦ ପାଇବା ସ୍ବପ୍ନରେ ବ୍ରେକ୍‌ ଲାଗିଯାଇଛି ।…

ଷ୍ଟ୍ରପତି ଶାସନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିବା ବେଳେ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଦଳ ପକ୍ଷରୁ ମାମଲା ଲଢୁଛନ୍ତି ।ବିଜେପି ସହିତ ମିଶି ନିର୍ବାଚନ ଲଢ଼ିଥିବା ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ନେଇ 50-50 ଫର୍ମୁଲାରେ ଅଡ଼ି ରହିବାରୁ ସରକାର ହୋଇପାରିନଥିଲା ।ଏବେ ରାଷ୍ଟ୍ରପତି ଶାସନ ଜାରି ସହିତ ଶିବସେନାର ମୁଖ୍ୟମନ୍ତ୍ରୀ ପଦ ପାଇବା ସ୍ବପ୍ନରେ ବ୍ରେକ୍‌ ଲାଗିଯାଇଛି ।…

   Related Posts