ଅନୁଗୋଳ, ୧୫|୯ : ପୁଣିଥରେ ଦୋଷୀ ସାଵ୍ୟସ୍ତ ହେଲେ ଝସକେତନ ରାଉତ। । ୨୦୧୬ ମସିହାରେ ବହୁ ଚର୍ଚ୍ଚିତ କୁଶକିଳା ଦୁଇ ଭାଇ ମର୍ଡର କେସରେ ଝସକେତନ ଆଜୀବନ ସଜା କାଟୁଛନ୍ତି ଅନଗୁଳ ଜେଲରେ। ପୁଣି ଆଜି ୪ ବର୍ଷ ପରେ ତାଙ୍କୁ ମାଉସୀ ପୁତୁରା ମର୍ଡର କେସରେ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର ଜିଲ୍ଲା ଜଜ୍। ତାଙ୍କ ନାଁରେ ସମାନ ଢଙ୍ଗରେ ୪ଟି ମର୍ଡର କେସ ରହିଛି।
ଅନୁଗୋଳର ବହୁ ଚର୍ଚ୍ଚିତ କୁକୁରପେଟା ଗାଁର ମାଉସୀ-ପୁତୁରା ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବସ୍ତ୍ୟ ହୋଇଛନ୍ତି ଝସକେତନ ରାଉତ । ଫେବୃଆରୀ ୨୦୧୬ ମସିହାରେ ମାଉସୀ-ପୁତୁରାଙ୍କୁ ଟଙ୍କା ପାଇଁ ହତ୍ୟା କରି ୨୦ ଫୁଟ ଗାତ ଖୋଳି ମାଟିତଳେ ପୋତି ଦେଇଥିଲା ଝସକେତନ। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ ମାଉସୀ ଅବଳା ଗଡ଼ନାୟକ ଏବଂ କୁମୁଦଚନ୍ଦ୍ର ସାହୁ। ଏହି ଘଟଣା ପାଇଁ ସେତେବେଳେ ପୋଲିସକୁ ନାକେଦମ ହେବାକୁ ପଡିଥିଲା।
{"id":330059,"sizeSlug":"large"}ଝସକେତନ କେବଳ ସେହି ମାଉସୀ ପୁତୁରାକୁ ମାରି ନ ଥିଲା ବରଂ ସମାନ ଢଙ୍ଗରେ କୁଶକିଳା ଗାଁର ଦୁଇ ଭାଇ ଯୋଗେଶ୍ଵର ସାହୁ ଏବଂ ହୀରଣାକ୍ଷ ସାହୁଙ୍କୁ ମଧ୍ୟ ହତ୍ୟା କରିଥିଲା। ଯାହା ପାଇଁ ସେ ଏବେ ଅନଗୁଳ ଜେଲରେ ଆଜୀବନ ସଜା କାଟୁଅଛି। ପୁଣି ଆଜି ତାକୁ ମନ୍ୟବର ଜିଲ୍ଲା ଦୌରାଜଜ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅନୁଗୋଳ ଜେଲରୁ ଭିଡି଼ଓ କନଫରେନ୍ସିଂ ମାଧ୍ୟମରେ ରାୟ ଶୁଣାଇଛନ୍ତି । ଆସନ୍ତା ସୋମବାର ହେବ ଦଣ୍ଡ ଶୁଣାଣି ବୋଲି ସରକାରୀ ଓକିଲ କହିଛନ୍ତି।