ଝାରସୁଗୁଡ଼ାରୁ ବାରଣାସୀକୁ ବିମାନସେବା : ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଯାତ୍ରୀଙ୍କ ପାଇଁ ହେବ ସୁବିଧା

Published By : Prameya-News7 Bureau | January 22, 2020 IST

ଭୁବନେଶ୍ବର ୨୨/୧: ଆସନ୍ତା ୩୧ରୁ ଝାରସୁଗୁଡ଼ାରୁ ବାରଣାସୀ ଓ କୋଲକାତାକୁ ଉଡ଼ିବ ବିମାନ । ଉଡ଼ାନ-୩ ଯୋଜନା ମାଧ୍ୟମରେ ଝାରସୁଗୁଡ଼ାରୁ ଭାୟା ଭୁବନେଶ୍ବର ଦେଇ ବାରଣାସୀ ଓ କୋଲକାତାକୁ ବିମାନ ଚଳାଚଳ କରିବ । ପୂର୍ବରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦିଲ୍ଲୀ,  ହାଇଦ୍ରାବାଦକୁ ବିମାନ ସେବା ଆରମ୍ଭ ହୋଇଥିଲା ।

ଏବେ ଆସନ୍ତା ୨୭ ତାରିଖରୁ କୋଲକାତା ଏବଂ ୩୧ ତାରିଖରୁ ବାରଣାସୀକୁ ଏଲଏନ୍ସ ଏୟାର କମ୍ପାନୀର ବିମାନ ଉଡ଼ାଣ ଭରିବ ।  ଏହି ବିମାନ ବନ୍ଦର ଉପରେ ସାଧାରଣତଃ ପଶ୍ଚିମ ଓଡ଼ିଶାବାସୀ ନିର୍ଭର କରୁଥିବା ବେଳେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ଲୋକ ମଧ୍ୟ ରାଜ୍ୟ ବାହାରକୁ ଯିବା ପାଇଁ ଏହି ବିମାନ ବନ୍ଦର ଉପରେ ନିର୍ଭର କଲେଣି । ପୂର୍ବରୁ ପଶ୍ଚିମଓଡ଼ିଶା ଲୋକେ ବାରଣାସୀ ଯିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ଯିବାକୁ ପଡ଼ୁଥିଲା ।

ଏବେ ସିଧାସଳଖ ସେମାନେ ଓଡ଼ିଶାରୁ ବାରଣାସୀ ଯାଇପାରିବେ । ଝାରସୁଗୁଡ଼ା ବିମାନ ବନ୍ଦରରରେ ଯାତ୍ରୀଙ୍କ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ସହର ଗୁଡ଼ିକୁ ବିମାନ ସେବା ଆରମ୍ଭ କରାଯାଇଥିବା କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.