ଝାରସୁଗୁଡାର ସହ ସହ ଲୋକ କଲେ ବିସ୍ଥାପନକୁ ବିରୋଧ

Published By : Prameya-News7 Bureau | August 09, 2018 IST

ଝାରସୁଗୁଡା ୯/୮ : ସରକାରଙ୍କ ସହ ଏମଓୟୁ କରିଛି ସରକାରୀ ସଂସ୍ଥା ନାଭେଲି ଲିଗନାଇଟ । ଏଥିପାଇଁ ଘରୋଇ ଲୋକଙ୍କ ଠାର ୫ଶହ ହେକ୍ଟର, ସରକାରୀ ଜମି ୫ଶହ ହେକ୍ଟର ଏବଂ ୧ହଜାର ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହେବ । ଏଥିଲାଗି ଦଲାଲ ଓ କମ୍ପାନୀ ଅଧିକାରୀ ସକ୍ରିୟ ହେଲେଣି ।ଦୁଇ ଦୁଇ ଥର ବିସ୍ଥାପିତ ହେବାପରେ ଆଉଥରେ ବିସ୍ଥାପନର ବୋଝ ସମ୍ଭାଳିବାକୁ ଅନିଚ୍ଛୁକ ଝାରସୁଗୁଡାର ପତ୍ରପାଲି ଓ ମାଲଦା ପଞ୍ଚାୟତ ଲୋକ । କେଵଳ ବିସ୍ଥାପନ ନୁହେଁ ଜଙ୍ଗଲ ଜମି ଉପରେ କୌଣସି କାରଖାନା ବା ଖଣି ଖନନକୁ ମଧ୍ୟ ଦୃଢ ବିରୋଧ କରିବା ପାଇଁ ଅଣ୍ଟା ଭିଡିଲେଣି । ଥରେ ଭିଟାମାଟି ଛାଡିଥିଲେ ହୀରାକୁଦ ନଦୀବନ୍ଧ ପାଇଁ । ଆଉ ଥରେ ଘର ଛାଡିଥିଲେ ଏମ୍ସିଏଲ୍ ଖଣି ଲାଗି । ଏବେ ପୁଣି ଥରେ ନାଭେଲି ଲିଗନାଇଟ୍ ଖଣି ପାଇଁ ବିସ୍ଥାପିତ ହେବେ ଝାରସୁଗୁଡା ତଲାବିରା ଖଣି ଅଞ୍ଚଳର ଲୋକ । ଏନେଇ ଝାରସୁଗୁଡାର ପତ୍ରପାଲି, ହିର୍ମା, ମଲଦା ଏବଂ ସମ୍ବଲପୁରର ଖିଣ୍ଡା ଅଞ୍ଚଳର ଶହ ଶହ ଲୋକଙ୍କ ଚିନ୍ତା ବଢି ଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ଝରୁଗୁଡ଼ା ୯/8 : ସରକାରଙ୍କ ସହ ଏମଓୟୁ କରିଛି ସରକାରୀ ସଂସ୍ଥା ନାଭେଲି ଲିଗନାଇଟ । ଏଥିପାଇଁ ଘରୋଇ ଲୋକଙ୍କ ଠାର ୫ଶହ ହେକ୍ଟର, ସରକାରୀ ଜମି ୫ଶହ ହେକ୍ଟର ଏବଂ ୧ହଜାର ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହେବ । ଏଥିଲାଗି ଦଲାଲ ଓ କମ୍ପାନୀ ଅଧିକାରୀ ସକ୍ରିୟ ହେଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.