ଚାଷ ଉପରେ କରୋନା ମାଡ : ଚିନ୍ତାରେ ଚାଷୀ, ବିଲରେ ପଚୁଛି ପନିପରିବା

Published By : Prameya-News7 Bureau | April 12, 2020 IST

ଝାରସୁଗୁଡା ୧୨।୦୪ :  କରୋନା ପ୍ରଭାବ ,ଚିନ୍ତାରେ ପନିପରିବା ଚାଷୀ, ବିଲରେ ପଚୁଛି ପନିପରିବା । ଏମିତି ଦୃଶ୍ୟ ଦେଖିବାକୁ ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଲଖନପୁର ବ୍ଲକ ଅଞ୍ଚଳରେ । କରୋନା ପାଇଁ ଚିନ୍ତାରେ ଚାଷୀ । ଲକଡାଉନ ଅବଧି ଶେଷ ହେବା ପୂର୍ବରୁ ଏହାକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର | ଏଭଳି ଘୋଷଣା ହେବା ପରେ ଅଧିକ ପ୍ରଭାବିତ ହୋଇଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ର ୧୨ଟି ଗ୍ରାମ ପଞ୍ଚାୟତର ପରିବା ଚାଷୀ |

{"id":252786,"sizeSlug":"large"}

ପରିବା ଚାଷ କିଛି ଟଙ୍କା ରୋଜଗାର କରୁଥିବା ବାଇଗଣ ଓ ଅନ୍ୟାନ୍ୟ ପରିବା ଆଉ ବିକ୍ରି ହୋଇପାରୁନି | ଶ୍ରମିକ ଲଗାଇ ବାଇଗଣ ତୋଳିଲେ ମଜୁରୀ ବି ଉଠୁନାହିଁ। ସେହିପରି ଗାଡି ରେ ପରିବା ନେଇ ହାଟକୁ ଗଲେ ମଧ୍ୟ ଯାହା କି ଗାଡିର ତେଲ ସହ ସମାନ ହୋଇଯାଉଛି |  ସୀମାନ୍ତର ଚାଷୀ ଛତିଶଗଡ଼ ରାଜ୍ୟ ରାୟଗଡ ମଣ୍ଡି ଉପରେ ନିର୍ଭର ଥିବା ବେଳେ ପ୍ରଶାସନର କଟକଣା ଏବଂ ଯାନବାହାନ ବନ୍ଦ ରହିବା ସକାଶେ ସ୍ଥାନୀୟ ଅଞ୍ଚଳରେ ବିକ୍ରି ସୀମିତ ରହୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି |

{"id":252787,"sizeSlug":"large"}

ଚଳିତ ବର୍ଷ କରୋନାର କଟକଣା ଯୋଗୁଁ  ଚାଷୀ ଏବେ ଚିନ୍ତାରେ ବସିଥିବା ବେଳେ ସରକାର ସହାୟତା କୁ ଅପେକ୍ଷା କରିଛନ୍ତି। ସରକାରଙ୍କ ତରଫରୁ କିଛି ସହାୟତା ମିଳିଲେ ଚାଷୀମାନେ  ଉପକୃତ ହେବେ ବୋଲି ସ୍ଥାନୀୟ ଚାଷୀ ଅନୁରୋଧ କରିଛନ୍ତି | ଅନ୍ୟପଟେ ଗତ  ୪ ତାରିଖରୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଓରମାସ ଜରିଆରେ ତିନୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ସିଧାସଳଖ ଚାଷୀଙ୍କ ଠାରୁ ପରିବା କିଣି ଜିଲ୍ଲାର ଝାରସୁଗୁଡା, ବ୍ରଜରାଜନଗର ଏବଂ ବେଲପାହାଡ଼ ସହର ରେ ବିକ୍ରି ଆରମ୍ଭ କରିଛନ୍ତି ।

{"id":252788,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.