କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଝାରସୁଗୁଡ଼ା ପ୍ରାଥମିକ ଶିକ୍ଷକ ସଂଘର ସହାୟତା

Published By : Prameya-News7 Bureau | July 16, 2020 IST

ଝାରସୁଗୁଡା୧୬/୭: ଝାରସୁଗୁଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏବଂ ଓଷ୍ଟାର ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୨ ଲକ୍ଷ ୩୦ ହଜାର ୧୦୦ ଟଙ୍କା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସାରା ବିଶ୍ୱ କରୋନା ମହାମାରୀର ସାମ୍ନା କରୁଥିବା ବେଳେ ରାଜ୍ୟ ଓ ଦେଶରେ ସରକାରଙ୍କ ପକ୍ଷରୁ ଆର୍ଥିକ ପରିଚାଳନା ସକାଶେ ସ୍ୱତନ୍ତ୍ର କୋଭିଡ ପାଣ୍ଠି ଗଠନ କରିଛନ୍ତି।

{"id":301444,"sizeSlug":"large"}

ଏଭଳି ଏକ ପରିସ୍ଥିତିରେ ରାଜ୍ୟରେ କାର୍ଯ୍ୟ କରୁଥିବା କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ପାଇଁ ଝାରସୁଗୁଡା ଜିଲ୍ଲା ଶିକ୍ଷକ ସଂଘ ଏବଂ ଓଷ୍ଟାର ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ସ୍କୁଲରେ କର୍ତ୍ତବ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଜରିଆରେ ସଂଗୃହିତ ୩୨ ଲକ୍ଷ ୩୦ ହଜାର ୧୦୦ ଟଙ୍କାର ଏକ ବ୍ୟାଙ୍କ ଡ୍ରାଫ୍ଟ କରି ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।

ଶିକ୍ଷକମାନଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା, ଓଷ୍ଟାର ଜିଲ୍ଲା ସଭାପତି ସଦାନନ୍ଦ ଦାଶ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ହେମସାଗର ଚୌଧୁରୀ ପ୍ରମୁଖ ଜିଲ୍ଳାପାଳ ସରୋଜ ସାମଲଙ୍କୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.