ଝାରଖଣ୍ଡରୁ ଜମତରା ଗ୍ୟାଙ୍ଗର ୩ ସଦସ୍ୟକୁ ଧରିଲା ଝାରସୁଗୁଡା ପୋଲିସ, ଏଭଳି ଉପାୟରେ କରୁଥିଲେ ସାଇବର କ୍ରାଇମ

Published By : Prameya-News7 Bureau | April 06, 2021 IST

ଝାରସୁଗୁଡା ୦୬।୦୪: ଓଡ଼ିଶାରେ ଧରାପଡିଲେ ଜାମତରା ଗ୍ୟାଙ୍ଗର ୩ ସଦସ୍ୟ। ସେମାନଙ୍କ ନିକଟରୁ ୯ଟି ମୋବାଇଲ ସହ ନଗଦ ୧୧ ହଜାର ଟଙ୍କା ଓ ହାର୍ଡ ଡିସ୍କ ଜବତ ହୋଇଛି। ଆଜି ଝାଡଖଣ୍ଡରୁ ୩ ଜଣଙ୍କୁ ଝାରସୁଗୁଡା ପୋଲିସ ଗିରଫ କରିଛି। ଅନଲାଇନରେ ଲଟେରୀ ଲାଗିଥିବା କହି ୩୬ ହଜାର ଟଙ୍କା ଠକି ନେବା ଘଟଣାରେ ଧରାପଡିଲେ ୩ ସାଇବର ଲୁଟେରା। ଅନଲାଇନରେ ଠକେଇ କରୁଥିବା ଅନ୍ୟ ଏକ ଗ୍ୟାଙ୍ଗକୁ ବିହାର-ନେପାଳ ସୀମାରୁ ଧରିବାରେ ସକ୍ଷମ ହୋଇଥିଲା ଝାରସୁଗୁଡା ପୋଲିସ।

ସାଇବର ଠକେଇକୁ ନେଇ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନାରେ ଏ ସଂପର୍କିତ ମାମଲା ରୁଜୁ ହୋଇଛି। ଗତ ସପ୍ତାହରେ ସ୍ପାଇସଜେଟ୍ କଂପାନୀରେ ବିମାନ ଟିକେଟ୍ କାଟିବା ଓ ବାତିଲ କରିବା ପାଇଁ ଏକ ଆପ୍ ଡାଉନଲୋଡ କରିବାକୁ ବ୍ରଜରାଜନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖକୁ ଅଜଣା ବ୍ୟକ୍ତିଙ୍କ ଫୋନ ଆସିଥିଲା। ଏହା ପରେ ତାଙ୍କ ବ୍ୟାଙ୍କ ଖାତାରୁ ୬ ଲକ୍ଷ ଟଙ୍କା କଟିଯିବା ପରେ ସେ ନିଜେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ବ୍ରଜରାଜନଗର ଥାନାରେ ଖବର ଦେବା ପରେ ପୋଲିସ ତୁରନ୍ତ ସେହି ମୋବାଇଲକୁ ଫଲୋ କରି ୪ ଲକ୍ଷ ଟଙ୍କା ଫେରାଇ ଆଅଣିବାରେ ସକ୍ଷମ ହୋଇଛି ।

{"id":434313,"sizeSlug":"large","linkDestination":"none"}

ଠିକ ସେହିପରି ବେଲପାହାଡର ଜଣେ ବ୍ୟକ୍ତି ଶିବାଶିଷ କର୍ମକାରଙ୍କ ମୋବାଇଲ ନମ୍ବରରେ ୧୯୦୦ ଟଙ୍କା ଲଟେରୀ ଅର୍ଥ ଉଠାଇବାକୁ ଅଜଣା ଫୋନରୁ ଓଟିପି ସେୟାର କରିବାକୁ କହିବାରୁ ଲୋଭର ବଶବର୍ତ୍ତି ହୋଇ ଶିବାଶିଷ ତାହା କରିଥିଲେ। ଅଳ୍ପ ସମୟ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାରୁ ୩୬ ହଜାର ଟଙ୍କା କଟିଯିବା ପରେ ସେ ବେଲପାହଡ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏହି ଘତଣାର ତଦନ୍ତ କରି ଝାଡଖଣ୍ଡ ରାଜ୍ୟର ଗିରିଡି ଜିଲ୍ଲାରୁ ପପ୍ପୁ ରଣା, ଗୁଡ୍ଡୁଲାଲ ରଣା ଓ ଗୋପାଳ ରଣାକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ବିର୍ଜୁ ରଣା ଫେରାର୍ ଅଛି। ଏମାନେ ସମସ୍ତେ ଅଳ୍ପ ପାଠ ପଢିଥିବା ବେଳେ ଦିନବେଳା ବୁଲି ବୁଲି ବଢେଇ କାମ କରି ମୋବାଇଲ ଅପରେସନ ଶିଖି ଲୋକଙ୍କୁ ଠକୁଥିବା କ୍ୟାମେରା ସମ୍ମୁଖରେ ସ୍ୱୀକାର କରିଛନ୍ତି। ଏମାନଙ୍କ ନିକଟରୁ ୧୧ ହଜାର ଟଙ୍କା ଜବତ ହେବା ସହ ୧୨ ହଜାର ଟଙ୍କା ଅନଲାଇନରେ ଫେରାଇ ଆଣିବାରେ ସକ୍ଷମ ହୋଇଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.