ପୋଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ ବେଳେ ୩ ଅପରାଧୀଙ୍କୁ କାବୁ କଲା ପୋଲିସ, ୪ ଫେରାର

Published By : Prameya-News7 Bureau | September 27, 2019 IST

ଝାରସୁଗୁଡା ୨୭।୯: ପୋଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ ବେଳେ ୩ ଅପରାଧୀଙ୍କୁ କାବୁ କଲା ପୋଲିସ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରିଥିଲା ।

ସୂଚନାଯୋଗ୍ୟ ଯେ, ବ୍ରଜରାନଗର ହିଲଟପ କଲୋନୀର ଏକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଘରେ ଚଢ଼ାଉ ବେଳେ ଅପରାଧୀମାନେ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ସମୟରେ ୩ ଜଣଙ୍କୁ ଧରି ପୋଲିସ ମାଡିବସିଥିଲା ।

ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ ସହ ଅଫୁଟା ଗୁଳି, ଭୁଜାଲି ସହ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ। ତେବେ ଅନ୍ୟ  ୪ ଅପରାଧୀ ଫେରାର ହୋଇ ଯାଇଥିବା ଜଣାପଡିଛି । ଏମାନେ ସମସ୍ତେ କୋଇଲା ମାଫିଆ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ ବୋଲି ଜଣା ପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.