ଘର ଭିତରୁ ଦମ୍ପତ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା : ଟଙ୍କା ଭାଗବଣ୍ଟାକୁ ନେଇ ହୋଇଛି ଯୋଜନାବଦ୍ଧ ହତ୍ୟାକାଣ୍ଡ ! ପୁତୁରା ଓ ଝିଆରୀଙ୍କ ସମେତ ୫ ଗିରଫ

Published By : Prameya-News7 Bureau | October 17, 2020 IST

ଝାରସୁଗୁଡା, ୧୭ ।୧୦:  ଝାରସୁଗୁଡ଼ା ଜିଲ୍ଲା ରାମପୁର ଫାଣ୍ଡି ଅନ୍ତର୍ଗତ ରାମପୁରରେ ଘର ଭିତରୁ ସ୍ୱାମୀ ଗିରିବର ଦାସ ଓ ସ୍ତ୍ରୀ ଗୀତା ଦାସର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ଏକ ଘଟଣାର ପୁଲିସ ପର୍ଦାଫାସ କରିଛି । କୋଇଲା ଚୁଲା ନିଆଁରେ ପୋଡି ସ୍ୱାମୀ ସ୍ତ୍ରୀ ପ୍ରାଣ ହରାଇ ନାହାନ୍ତି ବଂର ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ସ୍ପଷ୍ଟ କରିଛି । ଟଙ୍କା ଭାଗ ବଂଟାକୁ ନେଇ ତିକ୍ତତା ହେବା ପରେ ପୁତୁରା ଦୀପକ ଦାସ ପେନେକା, ରାହୁଲ ଦାସ ପେନେକା, ଝିଆରି ମିରନ ଦାସ ପେନେକା, ସୁନିତା ଦାସ ପେନେକା, ସୁପ୍ରିୟା ଦାସ ପେନେକା କାକା ଖୁଡିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ।

ଶୁକ୍ରବାର ସକାଳେ ଗୀତା ଶୌଚ ଓ ପୁଅ ଝିଅ ଟିଉସନ ପଢିବାକୁ ଯାଇଥିବା ସମୟରେ ଗିରିବର ତାଙ୍କ ଦୋକାନରୁ ଘରକୁ ଆସିଥିଲେ । ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ପ୍ରଥମେ ଲୁହାରଡ ଓ ପରେ ଟାଙ୍ଗିଆରେ ମାରିବା ସହ ତଂଟି ଚିପି ହତ୍ୟା କରିଥିଲେ । ସେହିପରି ଗୀତା ଶୌଚରୁ ଫେରିବା ସମୟରେ ଅଭିଯୁକ୍ତ ରାହୁଲ ତାଙ୍କ କାକଙ୍କୁ ପାଗଳ କୁକୁର କାମୁଡିଛି ସେ ଘରେ ଅଛନ୍ତି କହି ଶୀଘ୍ର ଡାକି ନେଇଥିଲା । ଗୀତା ଘରେ ପହଞ୍ଚୁ ପହଞ୍ଚୁ ଘରେ ଜଗିଥିବା ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ଟାଙ୍ଗିଆ ଓ ଲୁହା ପାଇପରେ ଆକ୍ରମଣ କରି ହତ୍ୟା କରିଥିଲେ ।

ଏହାପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ମୃତକଙ୍କ ଉପରେ କିରୋସିନ ଢାଳି ପରେ କୋଇଲା ଚୁଲାର ନିଅଁ ଲଗାଇ ଦେଇ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ମୃତକଙ୍କ ପୁଅ ଝିଅ ଟିଉସନରୁ ଫେରି ଘର କବାଟ ଖୋଲିଲା ପରେ ମା ବାପାଙ୍କ ଦେହରେ ନିଆଁ ଲାଗିଥିବା ଦେଖି ପାଖପଡିଶାଙ୍କୁ ସାହାଯ୍ୟ ପାଇଁ ଡାକିଥିଲଲେ । ସେମାନେ ଡାକିବା ପରେ ଅଭିଯୁକ୍ତମାନେ ମଧ୍ୟ ଦାଦା ଖୁଡି ନିଆରେ ପୋଡି ଯାଇଛନ୍ତି ତାଙ୍କୁ ବଂଚାନ୍ତୁ ବୋଲି ଲୋକଙ୍କ ପାଖକୁ ଯାଇ ସାହାଯ୍ୟ ମାଗିଥିଲେ । ଲୋକ ନିଆଁ ଲିଭାଇବା ପରେ ପୁଲିସକୁ ଖବର ଦେଇଥିଲେ । ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ବ୍ରଜରାଜନଗର ଏସଡିପିଓ ଦିଲିପ ଦାସ,ବ୍ରଜରାଜନଗର ପୋଲିସ ଓ  ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରେ  ଘଟଣାସ୍ଥଳରେ ଗିରବରଙ୍କ ମୁଣ୍ଡ ଫାଟି ପଡିଥିବା ରକ୍ତ ଛିଟା ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରିବାକୁ ବାଧ୍ୟ କରିଥିଲା ।

ଦମ୍ପତି ଜୀବନ୍ତ ଦଗ୍ଧ ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ।ଗିରଫ ହୋଇଥିବା ୫ଜଣଙ୍କ ମଧ୍ୟରେ ସମସ୍ତେ ମୃତକଙ୍କ ନିକଟ ସମ୍ପର୍କୀୟ।ପୋଲିସ ତଦନ୍ତ ପରେ ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ  ବୋଲି ଜାଣିବାକୁ ପାଇବା ପରେ ୩ ଯୁବତୀଙ୍କ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.