Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

କଂଗ୍ରେସ ଛାଡିବେ ବିଧାୟକ ନବ ଦାସ! ଜାଣନ୍ତୁ କେଉଁ ଦଳରେ ଓ କେବେ ଦେବେ ଯୋଗ…

2/12/2018 at 4:02 PM

ଝାରସୁଗୁଡା ୨|୧୨: ଝାରସୁଗୁଡା ରାଜନୀତି ରେ ଘଡ଼ିକେ ଘୋଡ଼ ଛୁଟୁଛି।ଝାରସୁଗୁଡା ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ନବଦାସ ଦଳ ଛାଡିବାକୁ ଚଳାଇଛନ୍ତି ପ୍ରସ୍ତୁତି।ନବଦାସ ବିଜେଡିର ଯୋଗଦେବେ ବୋଲି ତାଙ୍କ ନିକଟତମ ମହଲରେ ଆଲୋଚନା ଚାଲୁଥିବା ବେଳେ ଖୋଦ ନବଦାସ ବୁଲେଇ ବଙ୍କେଇ ଉତ୍ତର ଦେଉଛନ୍ତି।ଲୋକଙ୍କ ସାଙ୍ଗରେ ସେ ଓ ଝାରସୁଗୁଡା ଭୋଟରଙ୍କ ମତରେ ଆବଶ୍ୟକ ହେଲେ ଦଳ ପରିବର୍ତ୍ତନ ହୋଇପାରେ ବୋଲି କହୁଛନ୍ତି।

ବର୍ତ୍ତମାନ ନବଦାସ ବିଭିନ୍ନ ଅଞ୍ଚଳରେ କର୍ମୀଙ୍କୁ ଭେଟି ସେମାନଂକ ମତାମତ ସଂଗ୍ରହ କରୁଛନ୍ତି।ଗତକାଲି କୋଲାବିରା ବ୍ଲକର ଖପ୍ରାସାଲେଠାରେ ତିନିଟି ପଞ୍ଚାୟତର କଂଗ୍ରେସ କର୍ମୀଙ୍କ ସହ ବୈଠକ କରି ନିଜେ ଦଳ ପରିବର୍ତ୍ତନ ସୂଚନା ଦେଇ କର୍ମୀଙ୍କ ଉତ୍ତର ଚାହିଁଥିଲେ। ଆଜି ଲାଇକେରା ବ୍ଳକର ହାତିଆନାଲା ଠାରେ ୫୦୦ରୁ ଉର୍ଦ୍ଧ୍ବ କର୍ମୀଙ୍କ ସହ ବୈଠକ କରିଛନ୍ତି।

ନବଙ୍କ ଦଳ ଛାଡିବା ଜାଣିବା ପରେ କଂଗ୍ରେସ ମଧ୍ୟ ନିଜ ଗଡକୁ ବଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ ଙ୍କୁ ଗ୍ରୀନ ସିଗନାଲ ଦେଲାଣି ଦଳ। ଯାହାଫଳରେ ହେମାନନ୍ଦ ବିଶ୍ଵାଳ ଗତ ୨୮ ତାରିଖରେ ପୁରାତନ ବୟୋଜ୍ୟେଷ୍ଠ କଂଗ୍ରେସ କର୍ମୀଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ହାତିଆନାଲା ଠାରେ ଏକ ସଭାର ଆୟୋଜନ କରି ନିଜର ଭିତ୍ତିଭୂମି ର ଶୁଭ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ନବ ଦାସ କଂଗ୍ରେସ ଛାଡିବା ପରେ ବିଜେଡି ମୁହାଁ ହେବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଗତ କିଛି ମାସ ମଧ୍ୟରେ ବିଜେଡି ପ୍ରତି ନବ ଦାସଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଛି । କିଛିମାସ ତଳେ ନବୀନଙ୍କ ଝାରସୁଗୁଡା ଗସ୍ତ ବେଳେ ତାଙ୍କ ସଭାରେ ନବ ଦାସଙ୍କ ଭାଷଣରୁ ସମସ୍ତେ ଅନୁମାନ କରିଥିଲେ ଯେ, ନବ ବିଜେଡି ମୁହାଁ ହେଲେଣି । କେବଳ ସେତିକି ନୁହେଁ , ନିକଟରେ ଝାରସୁଗୁଡା ବିମାନ ବନ୍ଦରରୁ ବିମାନ ଚଳାଚଳ ହେଉନଥିବା ନେଇ ନବ ଦାସଙ୍କ ନେତୃତ୍ବରେ ସଚେତନ ନାଗରିକମାନେ ନବୀନଙ୍କୁ ନବୀନ ନିବାସଠାରେ ଭେଟିଥିଲେ । ସେଠାରେ ମଧ୍ୟ ନବୀନଙ୍କ ବଡି ଲଙ୍ଗୁଏଜ ଭିନ୍ନ ଥିବା ଦେଖିବାକୁ ମିଳିଥିଲା ।

ଏବେ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିବା ବେଳେ ନବ ଦାସ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, କଂଗ୍ରେସ ଦଳର ଢୋଲ ଭିତରେ ମୂଷା ଅଛନ୍ତି । ନିର୍ବାଚନ ଆସିବାମାତ୍ରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ସେ ଦଳ ଛାଡୁଥିବା ନେଇ ପ୍ରଚାର କରୁଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଆଡକୁ ଟାର୍ଗେଟ କରି ସେ ଏକଥା କହିଛନ୍ତି ଏହା ନିଃସନ୍ଦେହ । ଝାରସୁଗୁଡା ରାଜନୀତିରେ ହେମାନନ୍ଦ ଏବଂ ନବ ଦାସଙ୍କ ମଧ୍ୟରେ ଯତିପାତ ଠିକ୍‌ ନାହିଁ ଏକଥା ବହୁ ଆଗରୁ ପଦାରେ ପଡିସାରିଛି ।

ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ । ନିକଟରେ ବିଜେପି ଛାଡିଥିବା ବିଜେପି ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଏହି ଦିନ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ସମ୍ଭବତଃ ନବ ଦାସ ମଧ୍ୟ ଏହି ଦିନ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ଝାରସୁଗୁଡା ନିର୍ବାଚନମଣ୍ଡଳିରେ ନବ ଦାସଙ୍କ ପାରଂପରିକ ପ୍ରତିଦ୍ବନ୍ଦ୍ବୀ ବିଜେଡିର କିଶୋର ମହାନ୍ତି ରହିଛନ୍ତି । ତେବେ କିଶୋରଙ୍କୁ ରାଜ୍ୟସଭା ବା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭଳି ପଦବୀ ପ୍ରଦାନ କରି ବିଜେଡି ସନ୍ତୁଷ୍ଟ କରିପାରିବ । ତେଣୁ ନବଙ୍କୁ ବିଜେଡି ଝାରସୁଗୁଡା ଆସନରୁ ପ୍ରାର୍ଥୀ କରାଇବାରେ ବିଶେଷ ସମସ୍ୟା ନାହିଁ ।

   Related Posts