Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଛି ଦୁର୍ନୀତି, ଏକଥା ଖୋଦ୍ ଜେଇ କହୁଛନ୍ତି !

27/11/2019 at 10:38 AM

ଝାରସୁଗୁଡା ୨୭।୧୧: ଦୁର୍ନୀତି ସମ୍ପର୍କିତ ଭିଡିଓ ଭାଇରାଲ ହୋଇଛି । ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଉଛନ୍ତି ପଞ୍ଚାୟତର ଜେଇ। ପଞ୍ଚାୟତରେ ବର୍ଷକୁ ୮ରୁ ୧୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ନୀତି ହୋଇଥିବା କହୁଛନ୍ତି ଜେଇ ।

ଲଖନପୁର ବ୍ଲକ୍ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତରେ ଗତ ଛଅ ବର୍ଷ ମଧ୍ୟରେ ଆବାସ ଯୋଜନାରେ (ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର) ସମେତ ମନରେଗାରୁ ମୋଟ୍ ୨୨ ଲକ୍ଷ ୩୨ ହଜାର ଶ୍ରମିକମାନଙ୍କୁ ପାଉଣା ଦିଆଯାଇଥିବା ବେଳେ ବର୍ଷକୁ ୬ ଲକ୍ଷରୁ ୧୬ ଲକ୍ଷ ଟଙ୍କା ଶ୍ରମିକ ପାଉଣାରେ  ଦୁର୍ନୀତି ହୋଇଥିବା କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାହୁ ପଞ୍ଚଗାଁ  ପଂଚାୟତର ଜିଆରଏସ ପ୍ରଭାତ ସା ବିରୋଧରେ ଆକ୍ଷେପ କରିଛନ୍ତି ।

ଏହିଭଳି ଆକ୍ଷେପର ଭିଡ଼ିଓ ଭାଇରାଲ ହେବା ପରେ ପୁଣି ନିଜେ ଆଉ ଏକ ଭିଡ଼ିଓ କରି ସେହି ଭିଡିଓକୁ ଏଡିଟିଙ୍ଗ କରି ବଦନାମ କରିବାକୁ ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରି ନିଜେ ଜେଇ ଭାଇରାଲ କରିଛନ୍ତି । ଯାହା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ ହେବା ପରେ ଅଭିଯୋଗର ଶିକାର ହୋଇଥିବା ଜିଆରଏସ ପ୍ରଭାତ ସା ନିଜ ଆଡୁ ତଦନ୍ତ କରିବାଜୁ ବିଡ଼ିଓଙ୍କ ସମେତ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏତେ ବଡ ଦୁର୍ନୀତି ସମ୍ପର୍କରେ କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଜଣାଇନାହାନ୍ତି ଜେଇ ? ଫଳରେ ରାଜ୍ୟ ସରକାରଙ୍କ ସହିତ ପ୍ରଶାସନ ମଧ୍ୟ ବଦନାମ ହେଉଛି । ଏହା ଉପରେ ନିରପେକ୍ଷ ତଦନ୍ତ ଦରକାର । ଯେଉଁ ଅଧିକାରୀଙ୍କ ପାଇଁ ସରକାର ଉପରେ ଦାଗ ଲାଗୁଛି ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି ବିଭିନ୍ନ ସ୍ତରରୁ ଦାବି ଉଠିଲାଣି।

   Related Posts