ଝାରସୁଗୁଡା ଜିଲ୍ଲାରେ ୨ ଦିନିଆ ସଟ୍ଡାଉନ୍ ଆରମ୍ଭ
4/07/2020 at 6:57 PM

ଝାରସୁଗୁଡା୪/୭: ଝାରସୁଗୁଡା ଜିଲ୍ଲାରେ ଶନିବାର ଠାରୁ ଆରମ୍ଭ ହେଲା ସାପ୍ତାହିକ ଦୁଇ ଦିନିଆ ସଟଡାଉନ୍ ପ୍ରକ୍ରିୟା। ପ୍ରତି ସପ୍ତାହର ଶେଷ ୨ ଦିନ ଅର୍ଥାତ ଶନିବାର ଓ ରବିବାର ୨ ଦିନ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଆଜି ସକାଳୁ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସିଲ୍ କରାଯାଇ କଡା ପୋଲିସ ପହରା ଦିଆଯିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
ଝାରସୁଗୁଡା ଜିଲ୍ଲାରେ ସଟଡାଉନ୍କୁ କିଭଳି ସବୁ ଲୋକ ମାନିବେ ତାର ନିରୀକ୍ଷଣ ନିଜେ ଜିଲ୍ଲା ଏସଓଇ ରାହୁଲ ପିଆର, ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଅନ୍ୟ ଅଧିକାରୀମାନେ କରୁଛନ୍ତି। ଜିଲ୍ଲାରେ ୫ଟି ସ୍ୱତନ୍ତ୍ର ଟିମ୍ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସମନ୍ୱୟରେ ଗଠନ କରାଯାଇ ଝାରସୁଗୁଡା, ବ୍ରଜରାଜନଗର, ବେଳପାହାଡ଼ ସହରାଞ୍ଚଳରେ ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା କୋଭିଡା ନିୟମ ଉଲଂଘନ କରିବା ଅଭିଯୋଗରେ ୨୧ ଜଣଙ୍କୁ ପୋଲିସ୍ ଅଟକ ରଖିଛି।