କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍‌କୁ‌ ଝାରସୁଗୁଡା ଜିଲ୍ଲା ଚାଷୀ ସଂଗଠନର ବିରୋଧ

Published By : Prameya-News7 Bureau | November 05, 2020 IST

ଝାରସୁଗୁଡା୫/୧୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍‌ ବିରୋଧରେ ଝାରସୁଗୁଡା ଜିଲ୍ଲା ଚାଷୀ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଗୁରୁବାର ପଶ୍ଚିମ ଓଡିଶା କୃଷକ ସଂଗଠନର ଡାକରାରେ ଝାରସୁଗୁଡା ଜିଲ୍ଲାପାଲଙ୍କ ଅଫିସ ସମ୍ମୁଖରେ ବିଜୁ ଏକ୍ସପ୍ରେସୱେକୁ ଘଣ୍ଟାଏ କାଳ ଅବରୋଧ କରିଥିଲେ।

{"id":356798,"sizeSlug":"large"}

କୃଷକ ସଂଗଠନର ଏହି ଆନ୍ଦୋଳନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମଧ୍ୟ ସାମିଲ ହୋଇଥିଲା। ନୂତନ କୃଷିନୀତି ଆସିବା ଦ୍ୱାରା ସିଧାସଲଖ ଚାଷ କାର୍ଯ୍ୟ ଆଦାନୀ, ଅମ୍ବାନୀ ଭଳି ପୁଞ୍ଜିପତିଙ୍କ ହାତକୁ ଚାଲିଯିବ ଏବଂ ଚାଷୀ ମରଣମୁହଁକୁ ଠେଲି ହୋଇଯିବ ବୋଲି ଚାଷୀ ସଂଗଠନ ପ୍ରତିନିଧିମାନେ କହିଛନ୍ତି।

{"id":356800,"sizeSlug":"large"}

ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇ ଥିଲା। ଆଜି ହୋଇଥିବା ଆନ୍ଦୋଳନରେ ଚାଷୀ ସଂଗଠନର ନେତା-ବିରଞ୍ଚି ସାହୁ, ସୁରେନ୍ଦ୍ର ସାହୁ, ବୁଡି ଅଞ୍ଚଳ ସଂଗ୍ରାମ ସମିତିର ଆବାହକ ଗୋପୀନାଥ ମାଝୀ ଏବଂ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ କମିଟି ସଦସ୍ୟ ରମେଶ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.