କାର୍ଯ୍ୟକ୍ଷମ ହେଲା ଝାରସୁଗୁଡା କୋଭିଡ୍ ହସ୍ପିଟାଲ
22/04/2020 at 5:34 PM

ଝାରସୁଗୁଡା୨୨/୪: ବୁଧବାର ଉଦଘାଟନ୍ ଝାରସୁଗୁଡା କୋଭିଡ ହସ୍ପିଟାଲ ଉଦ୍ଘାଟନ ହୋଇଛି। ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି ଅପରାହ୍ନ ସାଢେ 4ଟାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି କୋଭିଡ୍ ହସ୍ପିଟାଲ୍ର ଉଦ୍ଘାଟନ କରିଛନ୍ତି। ଏହା ପୂର୍ବରୁ ରାଜ୍ୟରେ ୨୭ଟି କୋଭିଡ୍ ହସ୍ପିଟାଲ ଆରମ୍ଭ ହୋଇ ସାରିଛି।ଡିଏମ୍ଏଫ୍ ପାଣ୍ଠିରୁ ଝାରସୁଗୁଡା କୋଭିଡ ହସ୍ପିଟାଲରେ ୧୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି। ଏହା ସହ ହାଇଟେକ୍ ମେଡିକାଲ କଲେଜ ପକ୍ଷରୁ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ଏମଓୟୁ କରିଛନ୍ତି।
Related Posts
କୋଭିଡ ଟିକା ଯୋଗାଣ ଲାଗି ଏଯାଏଁ ପାକିସ୍ତାନରୁ ମିଳିନି ଅନୁରୋଧ: MEA
22 January 2021
ବିଶ୍ୱାସ ହରାଇଛି ଚୀନ୍ ! ଟିକା ରାଜିନାମା କରିଥିବା ଦେଶ ଏବେ ଭାରତ ମୁହାଁ
22 January 2021