Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଝାରସୁଗୁଡା କୋଭିଡ଼-୧୯ ହସ୍ପିଟାଲ୍‌

14/04/2020 at 12:29 PM

ଝାରସୁଗୁଡା ୧୪।୦୪: ଝାରସୁଗୁଡାରେ ଆସନ୍ତା ୨୪ତାରିଖ ପୂର୍ବରୁ ଆରମ୍ଭ ହେବ କୋଭିଡ-୧୯ ହସ୍ପିଟାଲ। ମଙ୍ଗଳ ବଜାର ଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ୧୧୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ। ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଚଳାଇବାକୁ ହାଇଟେକ ହସ୍ପିଟାଲ ସହ ଏମଓୟୁ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ଖଣିଜ ପାଣ୍ଠି ଓ ବେଦାନ୍ତ ସହାୟତାରେ ହେବାକୁ ଥିବା କୋଭିଡ ହସ୍ପିଟାଲରେ ସମସ୍ତ ଆନୁସଙ୍ଗିକ ଯନ୍ତ୍ରାଂଶ ସହ ୧୦ଟି ଆଇସିୟୁ ର ବ୍ୟବସ୍ଥା କରାଯାଉଛି।

ଗତ ସୋମବାର ସଂଧ୍ୟାରେ ଜିଲ୍ଲାପାଳ ସରୋଜ ସାମଲ ଓ ହାଇଟେକ ଗ୍ରୁପର ସିଇଓ ଜ୍ୟୋତିର୍ମୟ ପଣ୍ଡା ଓ ଡିଏମ୍‌ଏଫ୍‌ର ସିଇଓଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।ଚୁକ୍ତି ଅନୁସାରେ ହାଇଟେକ ଗ୍ରୁପ ପକ୍ଷରୁ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ।ଏଥିପାଇଁ ତ୍ରିସ୍ତରୀୟ ଚିକିତ୍ସା ସୁବିଧା କୋଭିଡ ହସ୍ପିଟାଲରେ ରହିବ।କରୋନା ସଂକ୍ରମଣ ରୋକିବା ପରେ ନୂତନ ଭାବେ ପ୍ରତିଷ୍ଠା ହେଉଥିବା କୋଭିଡ ହସ୍ପିଟାଲ ଜିଲ୍ଲା ବାସୀ ଙ୍କ ଚିକିତ୍ସା ସୁବିଧାରେ ଉପଲବ୍ଧ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

   Related Posts